www.samajalive.in
Saturday, December 13, 2025
17.1 C
Bhubaneswar

ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଆନ୍ତର୍ଜାତିକ ସେବିକା ଦିବସ

ଗୁରୁଡିଝାଟିଆ : ନିଃସ୍ୱାର୍ଥପର ସେବା, ତ୍ୟାଗପୂତ ଭାବନା ମଣିଷକୁ ଦେବତାରେ ପରିଣତ କରାଇଦିଏ। ଆମ ସଂସ୍କୃତିରେ ସେବାର ମୂଲ୍ୟ ଯଥେଷ୍ଟ ଅଧିକ। ଅପାଠୁଆ ସେବା ସମ୍ପନ୍ନ ମମତାମୟୀ ମା’ମାନେ ଗ୍ରାମାଞ୍ଚଳରେ ସେବା ଯୋଗାଇ ଅନ୍ୟମାନଙ୍କ ହୃଦୟ ଜୟ କରିପାରୁଛନ୍ତି। ବହୁ ଲୋକମାନଙ୍କ ହୃଦୟରେ ସେମାନଙ୍କ ସେବା ଓ ତ୍ୟାଗ ଏବେବି ସ୍ୱତନ୍ତ୍ର ଆସନ ଗ୍ରହଣ କରିଛି। ସେହିଭଳି ଫ୍ଲୋରେନ୍ସ ନାଇଟୟାଙ୍ଗେଲ୍‍ଙ୍କ ସେବାର ପଟାନ୍ତର ନାହିଁ। ମମତାମୟୀ, ସ୍ନେହମୟୀ ମା’ ଭାବରେ ନର୍ସିଂ ସେବାକୁ ଦୁନିଆରେ ମର୍ଯ୍ୟାଦାମନ୍ତ ସେବା ଭାବରେ ପ୍ରତିପାଦିତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି। ଯାହାକି ପ୍ରତ୍ୟେକ ସେବିକାଙ୍କ ପାଇଁ ଫ୍ଲୋରେନ୍ସ ନାଇଟୟାଙ୍ଗେଲ୍‍ ଆଦର୍ଶର ଆଲୋକବର୍ତ୍ତିକା ପାଲଟିଛନ୍ତି ବୋଲି ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ସେବିକା ଦିବସରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଗୋପବନ୍ଧୁ ନର୍ସିଂ କଲେଜ ଓ ଚିକିତ୍ସାଳୟର ଅଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ। ଅନୁଷ୍ଠାନର ଡେପୁଟି ମ୍ୟାନେଜରଙ୍କ ସଂଯୋଜନାରେ ଆୟୋଜିତ ଆନ୍ତର୍ଜାତିକ ସେବିକା ଦିବସରେ ଲୋକସେବକ ମଣ୍ଡଳ ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ, ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜର ନିର୍ଦେଶକ ଡାକ୍ତର ଆରଏନ ମିଶ୍ର ମୁଖ୍ୟବକ୍ତା, ଗୋପବନ୍ଧୁ କୋଭିଡ୍‌ ଚିକିତ୍ସାଳୟର ଚିକିତ୍ସକ ଡାକ୍ତର ହୃଦୟରଞ୍ଜନ ଦାଶ ସମ୍ମାନିତ ଅତିଥି ଓ ଡାକ୍ତର ଲୋକବନ୍ଧୁ ଦାସ ଯୋଗଦେଇ ସେବା ମନୋଭାବ ପ୍ରତ୍ୟେକ ସେବିକା ରୋଗୀଙ୍କ ହୃଦୟର ଭାଷା ଓ ଭାବକୁ ବୁଝି କାର୍ଯ୍ୟ କରିବା ନିମନ୍ତେ କହିଥିଲେ।
ଗୋପବନ୍ଧୁ ନର୍ସିଂ କଲେଜର ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଙ୍କା ସାହୁ ଉପସ୍ଥିତ ସେବିକାଙ୍କୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ନର୍ସିଂ ଦିବସର ଶପଥପାଠ କରାଇଥିଲେ। ଏହି ଅବସରରେ ଫ୍ଲୋରେନ୍ସନାଇଟୟାଙ୍ଗେଲଙ୍କ ୨ଶହତମ ଜନ୍ମ ଦିବସ ପାଇଁ ସାମାଜିକଦୂରତ୍ୱ ରକ୍ଷା କରି ଉପସ୍ଥିତ ସେବିକାମାନେ କେକ୍‍ ମଧ୍ୟ କାଟିଥିଲେ। ଶିକ୍ଷୟିତ୍ରୀ ଓୟାସିସ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories