www.samajalive.in
Monday, December 8, 2025
13.1 C
Bhubaneswar

ସ୍ମାର୍ଟଫୋନରେ ଖୋଲିବ କାର୍‌, ଦୂରରେ ଥାଇ ଅନ୍ୟକୁ ଶେୟାର କରିପାରିବେ ଚାବି; ଗୁଗଲ ଆଣୁଛି ଆଣ୍ଡ୍ରଏଡ୍‌ ୧୨

ଏଣିକି କାର୍‌ ଖୋଲିବା ପାଇଁ ଚାବି ଦରକାର ପଡ଼ିବନି। ନିଜର ସ୍ମାର୍ଟଫୋନରେ କାର୍‌କୁ ଖୋଲାଯାଇ ପାରିବ। ଏପରି କି ଦୂରରେ ଥିଲେ ବି ଚାବିକୁ ଅନ୍ୟ ଜଣଙ୍କୁ ଶେୟାର କରାଯାଇପାରିବ। ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନରେ ଏଭଳି ବିଶେଷତ୍ଵ ଆଣୁଛି ଗୁଗଲ। ଗୁଗଲ ଆଗାମୀ ଦିନରେ ଆସିବାକୁ ଥିବା ମୋବାଇଲ ଅପରେଟିଂ ସିଷ୍ଟମ (ଓଏସ୍‌) ଆଣ୍ଡ୍ରଏଡ୍‌ ୧୨ର ଫାର୍ଷ୍ଟ ବିଟା ଭର୍ଜନ ବିକଶିତ କରିଛି। ଯେଉଁଥିରେ ଉପରୋକ୍ତ ସୁବିଧା ଉପଲବ୍ଧ ହେବ। ଗୁଗଲ ନିଜର ବାର୍ଷିକ ଡେଭେଲପର ସମ୍ମିଳନୀ ଆଇ/ଓ ୨୦୨୧ ଅବସରରେ ଏହାକୁ ଉପସ୍ଥାପନ କରିଛି। ଏହି ଭର୍ଜନ ଆଣ୍ଡ୍ରଏଡ୍‌ ୧୨ରେ ରହିଥିବା ଏକାଧିକ ବିଶେଷତ୍ଵ ବିଷୟରେ ଗୁଗଲ ପକ୍ଷରୁ ସମ୍ମିଳନୀରେ ସୂଚନା ଦିଆଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କାର୍‌ ନିର୍ମାତାଙ୍କ ସହିତ ଆଣ୍ଡ୍ରଏଡ୍‌ ୧୨ରେ ଏକ ନୂଆ ଡିଜିଟାଲ କାର୍‌ ଚାବି ବିକଶିତ କରିବା ଦିଗରେ କାମ କରାଯାଉଛି। ଏହି ବିଶେଷତ୍ଵ ଜରିଆରେ ବ୍ୟବହାରକାରୀମାନେ ନିଜର ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ଦ୍ବାରା ସ୍ବୟଂକ୍ରିୟ ଭାବେ କାର୍‌କୁ ତାଲା ପକାଇ ପାରିବେ ଏବଂ ଖୋଲି ବି ପାରିବେ।

- Advertisement -

ଗ୍ରାହକଙ୍କୁ ଏହି ବିଶେଷତ୍ଵ ପ୍ରଦାନ କରିବା ଲାଗି ଗୁଗଲ ଅଲ୍‌ଟ୍ରା ୱାଇଡ୍‌ବ୍ୟାଣ୍ଡ (ୟୁଡବ୍ଲ୍ୟୁବି) ଟେକ୍ନୋଲୋଜିର ବ୍ୟବହାର କରୁଛି। ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଏହି ବିଶେଷତ୍ଵକୁ ସ୍ବତନ୍ତ୍ର ଭାବେ ଚିହ୍ନିତ ପିକ୍ସେଲ ଏବଂ ଗ୍ୟାଲାକ୍ସି ସ୍ମାର୍ଟଫୋନରେ ଉପଲବ୍ଧ କରାଯିବ। ଏହା ସହିତ କମ୍ପାନୀ ବିଏମଡବ୍ଲ୍ୟୁ ଏବଂ ଅନ୍ୟ କାର୍‌ ନିର୍ମାତାଙ୍କ ସହିତ ଆଗାମୀ ଦିନରେ ବଜାରକୁ ଆସିବାକୁ ଥିବା କାରରେ ଏହି ବିଶେଷତ୍ଵ ଉପଲବ୍ଧ କରାଇବା ଦିଗରେ ବି କାର୍ଯ୍ୟ କରୁଛି।

ଏହା ସହିତ ଆଣ୍ଡ୍ରଏଡ୍‌ ୧୨ରେ ଗ୍ରାହକ ଏକାଧିକ ନୂଆ ବିଶେଷତ୍ଵ ପାଇପାରିବେ। ନୂଆ ଓଏସରେ ମ୍ୟାଟେିରୟଲ ୟୁ ଡିଜାଇନ, ନୂଆ ୟୁଆଇ, ଉତ୍ତମ ଗୋପନୀୟତା ନିୟନ୍ତ୍ରଣ, ନୂଆ କ୍ଲକ ଆନିମେଶନ, ନୂଆ ଆଇକନ୍‌, ନୂଆ ମିଡିଆ ୱିଜେଟ୍‌, ରିଡିଜାଇନ୍‌ଡ ବ୍ରାଇଟ୍‌ନେସ ସ୍ଲାଇଡର୍‌ ଏବଂ ଅନ୍ୟ କେତେକ ନିରାପତ୍ତା ସମ୍ବନ୍ଧୀୟ ବିଶେଷତ୍ଵ ମଧ୍ୟ ଉବଲବ୍ଧ ହେବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories