www.samajalive.in
Sunday, December 7, 2025
16.1 C
Bhubaneswar

ବିନା ଚାଳକରେ କ୍ଷୀପ୍ର ଗତିରେ ଦୌଡ଼ିଲା ମାଲଗାଡ଼ି: ରେଳ ବିଭାଗ ନାକେଦମ୍‌, ଶେଷରେ..

ଲୁଧିଆନା/ହୋଶିଆରପୁର(ପଞ୍ଜାବ): ପଞ୍ଜାବର ପଠାନକୋଟ ନିକଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ବିନା ଚାଳକରେ ଦୌଡ଼ିଲା ମାଲ୍‌ଗାଡ଼ି। ସେ ବି ପୁଣି ଘଣ୍ଟା ପ୍ରତି ୭୦ କିମି ବେଗରେ। ଯେଉଁଥିପାଇଁ ରେଳ ବିଭାଗ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଜମ୍ମୁର କାଠୁଆ ଷ୍ଟେସନ​‌ରେ ଠିଆ ହୋଇଥିବା ଏକ ମାଲ୍‌ଗାଡ଼ି ହଠାତ୍‌ ପଠାନ୍‌କୋଟ୍‌ ଆଡ଼କୁ ଗଡ଼ିବାକୁ ଲାଗିଲା। ଆଶ୍ଚର୍ଯ୍ୟକର କଥା ହେଉଛି, ଗାଡ଼ିରେ କେହି ଚାଳକ ନଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ​‌ଟ୍ରେନ​‌କୁ ହୋଶିଆରପୁରର ଉଁଚି ବସ୍‌ସି ନିକଟରେ ଅଟକା ଯାଇଥିଲା। ଚାଳକ ବିନା ଚାଲୁଥିବା ମାଲ୍‌ବାହୀ ଟ୍ରେନ୍ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଷ୍ଟେସନରେ ଘୋଷଣା କରି ରେଳଧାରଣା ଖାଲି କରିବାକୁ ଏକ ନିବେଦନ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଉଁଚି ବସ୍‌ସିରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରି ଟ୍ରେନକୁ ଅଟକାଯାଇଥିଲା, ଯାଦ୍ବାରା ଏକ ବଡ଼ ଅଘଟଣ ଟଳିଯାଇଛି। ରେଳ ବିଭାଗ ଘଟଣାର ତଦନ୍ତ ଚଳାଇଛି।


ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ମାଲ୍‌ବାହୀ ଟ୍ରେନଟି କାଠୁଆରୁ ହୋଶିଆରପୁରର ଉଁଚି ବସ୍‌ସି ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୦ କିମି ବେଗରେ ଦୌଡ଼ିଥିଲା। ଏ ବିଷୟରେ ସୂଚନା ପାଇ ରେଳ ଅଧିକାରୀମାନେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଏହାକୁ ଅଟକାଇବାକୁ କଠୋର ଉଦ୍ୟମ କରିଥିଲେ। ତେବେ ବହୁ ସଂଘର୍ଷ ପରେ ଅଧିକାରୀମାନେ ଟ୍ରେନ୍‌କୁ ଅଟକାଇବାରେ ସଫଳ ହୋଇଥିଲେ।

- Advertisement -

ଅଧିକାରୀମାନେ ପ୍ରଥମେ ଏହାକୁ ପଠାନ୍‌କୋଟ୍‌ରେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସତର୍କତାମୂଳକ ପଦକ୍ଷେପ ଭାବରେ ପଠାନକୋଟ ରେଳ ଷ୍ଟେସନରେ ଲାଇନ୍ ଖାଲି କରାଯାଇଥିଲା। ଏହା ବ୍ୟତୀତ ପଠାନକୋଟକୁ ଯାଉଥିବା ସମସ୍ତ ଟ୍ରେନ୍ ଅଟକାଯାଇଥିଲା। ଏହାପରେ ମାଲଗାଡ଼ିକୁ ମୁକେରିୟାଁ ନିକଟରେ ମଧ୍ୟ ଅଟକାଇବାକୁ ଚେଷ୍ଟା କରାଯାଇଥିଲା, ହେଲେ କୌଣସି ସୁଫଳ ମିଳି ନଥିଲା। ଶେଷରେ ବହୁ ଉଦ୍ୟମ ପରେ ଉଁଚି ବସ୍‌ସି ନିକଟରେ ଟ୍ରେନ୍ ଅଟକିବା ପରେ ଅଧିକାରୀମାନେ ଦୀର୍ଘ ନିଃଶ୍ୱାସ ମାରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories