www.samajalive.in
Sunday, December 7, 2025
14.1 C
Bhubaneswar

ଗୃହର କବାଟ ନିକଟକୁ ଗାଈ ଆସିବାକୁ କୁହାଯାଏ ଶୁଭ

ଗୃହର କବାଟ ନିକଟକୁ ଗାଈ ଆସିବାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।
ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ପ୍ରତ୍ୟେକ ଦିନ ଗାଈଙ୍କୁ ରୁଟି ଖୁଆଇବା ଉଚିତ।
ସକାଳେ ଉଠିବା ପରେ ଖିର କିମ୍ବା ଦହି ଦେଖିଲେ , ସେହି ଦିନଟି ଖୁବ ଭଲରେ ଅତିବାହିତ ହୋଇଥାଏ ବୋଲି କୁହାଯାଏ।
ପୂଜା କରିବା ସମୟରେ ଦୀପ ଜ୍ୟୋତି ଅଧିକ ଜୋରରେ ହଠାତ ଜଳିଲେ , ଆପଣଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିଛି ଏହା ସଙ୍କେତ ଦେଇଥାଏ।
ପୂଜାର୍ଚ୍ଚନା କରିବା ସମୟରେ ଲଗାଯାଇଥିବା ଧୂପକାଠି ଧୂଆଁ ଭଗବାନଙ୍କ ମୂର୍ତି କିମ୍ବା ଫଟୋ ନିକଟକୁ ଗଲେ ଏହାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।
ଏପରି ମଧ୍ୟ କୁହାଯାଏ ଯେଉଁ ଭୂମିରେ ଘର ତିଆରି କରାଯାଏ, ସେଠାରେ ପୂର୍ବରୁ ଗୋମାତାଙ୍କୁ ଓ ବାଛୁରୀକୁ ରହିଲେ ସେହି ସ୍ଥାନ ପବିତ୍ର ହୋଇଯାଏ।
କୁକୁରକୁ ପ୍ରତିଦିନ ଖାଇବାକୁ ଦେବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
କାଉଙ୍କୁ ଖାଇବାକୁ ଦେବା ଦ୍ୱାରା ବହୁ ଅନିଷ୍ଟ ଦୂର ହୋଇଥାଏ।
ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ମାଛ ଅର୍ଥାତ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ମଧ୍ୟ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଘରେ ପିତଳରେ ନିର୍ମିତ ବେଙ୍ଗ ରଖିବା ଦ୍ୱାରା ରୋଗରୁ ରକ୍ଷା ମିଳିଥାଏ।
ଠେକୁଆ ରଖିବା ଦ୍ୱାରା ଘରେ ଥିବା ପିଲାଙ୍କ ପାଇଁ ଏହା ଶୁଭଙ୍କର।
ଗୃହରେ ତମ୍ବାରେ ନିର୍ମିତ କଇଁଛ ରଖିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories