www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ ଶୁଭ ସମୟ ପୂର୍ବରୁ ଏହି ୧୪ଟି ସଙ୍କେତ ବିଷୟରେ

ଶୁଭସମୟ ଆସିବା ପୂର୍ବରୁ କିଛି ଘଟଣା ଜୀବନରେ ଘଟିଥାଏ। ଯାହା ଭଲ ସମୟ ଆରମ୍ଭ ହେବାର ସଙ୍କେତ ଦେଇଥାଏ। ଯଦି ସେହି ସଙ୍କେତ ସକାଳ ସମୟରେ ଦେଖାଯାଉଛି, ତେବେ ସୌଭାଗ୍ୟର ଦରଜା ଆପଣଙ୍କ ପାଇଁ ଖୋଲିବାକୁ ଯାଉଛି ବୋଲି ମାନ୍ୟତା ରହିଛି। ଜାଣନ୍ତୁ ସେଭଳି କିଛି ସଙ୍କେତ ବିଷୟରେ …….
ଧଳା ଗାଈ – ଯଦି ଧଳା ରଙ୍ଗର ଗାଈ ଦରଜା ସମ୍ମୁଖକୁ ଆସି ଶବ୍ଦ କରନ୍ତି, ତେବେ ଆପଣଙ୍କ ଘରେ ସୁଖସମୃଦ୍ଧିର ବୃଦ୍ଧି ହେବାର ଏହାର ସଙ୍କେତ ଦେଇଥାଏ।
ମଧୁର ଧ୍ୱନି – ସକାଳ ସମୟରେ ଯଦି ଆପଣଙ୍କୁ ମନ୍ଦିର ଘଣ୍ଟି, ଶଙ୍ଖ ଅଥବା ଭଜନ କୀର୍ତ୍ତନର ଧ୍ୱନି ଶୁଣାଯାଏ, ତେବେ ଏହାକୁ ଶୁଭ ସଙ୍କେତ କୁହାଯାଏ।
ନବବଧୂଙ୍କୁ ଦେଖିବା – ରାସ୍ତାରେ ଯାଉଥିବା ସମୟରେ ହଠାତ ନବବଧୂଙ୍କୁ ଦେଖିଲେ ଏହାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।
ଶ୍ରୀଫଳ – ସକାଳେ ଉଠିବା ପରେ ଶ୍ରୀଫଳ ଦେଖିଲେ ଶୁଭ ଖବର ମିଳିଥାଏ।
କୁହାଯାଏ ରାସ୍ତାରେ ଯିବା ସମୟରେ ପକ୍ଷୀ ଆପଣଙ୍କ ଉପରେ ମଳତ୍ୟାଗ କରିବା ଶୁଭ ବୋଲି କୁହାଯାଏ।
ବର୍ଷା ହେବା ସମୟରେ ହଠାତ ସୂର୍ଯ୍ୟ ଦେଖାଯିବା ଧନସମ୍ପତ୍ତି ବୃଦ୍ଧି ହେବାର ସଙ୍କେତ ଦେଇଥାଏ।
ଝରକାରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବା ଅଥବା ଜଳାଶୟ ଦେଖାଯିବା ମଧ୍ୟ ଶୁଭଙ୍କର।
ଘରର ଛାତରେ ବସିଥିବା କୋଇଲି କିମ୍ବା ପକ୍ଷୀଙ୍କ ମଧୁର ସ୍ୱର ଶୁଣିବା ମଧ୍ୟ ଶୁଭଙ୍କର।
ସକାଳେ ଉଠିବା ମାତ୍ରେ ସର୍ବପ୍ରଥମେ ଦହି କିମ୍ବା ଖିର ଦେଖାଯିବା ଶୁଭ ସଙ୍କେତ କୁହାଯାଏ। ଏହାଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
କଇଁଛ ଦେଖିବା ମଧ୍ୟ ଶୁଭ ବୋଲି କୁହାଯାଏ।
ଘରର ଦରଜା ସମ୍ମୁଖରେ ଯଦି ହାତୀ ଶୁଣ୍ଢ ଉପରକୁ କରେ ତେବେ ଧନସମ୍ପତ୍ତି, ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।
ଅଜାଣତରେ ଓଲଟା ପୋଷାକ ପିନ୍ଧିବା ସୁଖସମୃଦ୍ଧି ପ୍ରାପ୍ତିର ସଙ୍କେତ ଦେଇଥାଏ।
ସକାଳ ସମୟରେ ରାସ୍ତାରେ ଆଖୁ ଦେଖିବା ମଧ୍ୟ ଶୁଭଙ୍କର।
ମୟୁର ପଙ୍ଖକୁ ଖୋଲାକରି ଥିବା ଅବସ୍ଥାରେ ଦେଖିବା ମଧ୍ୟ ଶୁଭଙ୍କର।
ହାତ ପାପୁଲି କୁଣ୍ଡାଇ ହେବା ଶୁଭ ସଙ୍କେତ ବୋଲି କୁହାଯାଏ।
ସମୁଦ୍ର କୂଳରେ ମୋତି ମିଳିବା ମଧ୍ୟ ଶୁଭ ସଙ୍କେତ ପ୍ରଦାନ କରିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories