www.samajalive.in
Monday, December 8, 2025
14.1 C
Bhubaneswar

କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା-ରୂପା ଓ ୩୦ ହଜାର ଟଙ୍କା

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ପୁଣି ଚୋର ଦଳ ସକ୍ରିୟ ହୋଇ ଉଠିଛନ୍ତି। ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେ ଚୋର ଦଳ  ଦାଣ୍ଡ ଗ୍ରିଲ କାଟି ଘରେ ପଶି ୮ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଗୋଳନ୍ଥରା ଥାନାରେ ଦୁର୍ଯ୍ୟୋଧନ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି ରାତିରେ ସବୁଦିନ ପରି ଦୁର୍ଯ୍ୟୋଧନ ପରିବାର ସହ ଖାଇପିଇ ସାଢେ ୧୦ଟା ବେଳେ ଶୋଇବାକୁ ଯାଇଥିଲେ । ଭୋର ସମୟରେ ପରିବାର ସଦସ୍ୟ ଉଠିବାବେଳେ ଘର ଜିନିଷ ଏପଟେ ସେପଟେ ପଡ଼ିଥିବା ସହ ଘରେ ଥିବା ଆଲମାରୀ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।

ଘର ଆଲମାରୀରେ ଥିବା ୮ ଭରି ସୁନା, ୨୦ଭରି ରୂପା ଅଳଙ୍କାର ସହ ନଗଦ ୩୦ହଜାର ଚୋରି ହୋଇଥିବା ଜଣାପଡ଼ିଥିଲା । ଏ ନେଇ ଦୁର୍ଯ୍ୟୋଧନ ଗୋଳନ୍ଥରା ଥାନାରେ ଲିଖିତ ଏତଲା ଦେବା ପରେ ଗୋଳନ୍ଥରା ଥାନା ଏସଆଇ ବିଭୁତି ସେଠୀ, ଏଏସଆଇ କୃତିବାସ ସାହୁ ସହ ପୁଲିସ କର୍ମଚାରୀ  ଏବଂ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳରେ ଛନଭିନ କରିଥିଲେ । ଦୁର୍ବୃତ୍ତମାନେ ଦାଣ୍ଡ ଗ୍ରିଲ ଭାଙ୍ଗି ପଶିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ଗୋଳନ୍ଥରା ଥାନା କେସ ନଂ ୩୬୧/୨୪ ରେ ଏକ ଚୋରି ମାମଲା ରୁଜୁ କରିଛି । ଘଟଣାକୁ ଗୁରୁତ୍ୱ ସହ ନେଇ ପୁଲିସ ତଦନ୍ତ ଜାରି ରଖିଛି  । ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଗୋଳନ୍ଥରା  ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories