ଗୋଟିଏ ମାସରେ  ୭୧୫ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ .- ସୁନାଦର ଏବେ କମିଛି । ନିର୍ବାଚନ ଋତୁ ସହ ଏବେ ବିଶେଷ ଭାବରେ ବିବାହ ଉତ୍ସବ ନଥିବାରୁ ସୁନାର ଚାହିଦା କମିଛି । ଗୋଟିଏ ମାସ ମଧ୍ୟରେ  ୨୪ କ୍ୟାରେଟ ସୁନାର ୧୦ ଗ୍ରାମର ମୂଲ୍ୟ ପ୍ରାୟ ୭୧୫ ଟଙ୍କା କମିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୫୦୦ ଟଙ୍କା କମିଛି ।

ଏପ୍ରିଲ ଏକ ତାରିଖରେ ସୁନାଦର ୨୨ କ୍ୟାରେଟ ପାଇଁ ୩୧ହଜାରଟଙ୍କା ଓ ୨୪ କ୍ୟାରେଟ ପାଇଁ ୩୩,୨୧୦ ଟଙ୍କା ଥିଲା ।

ଦୁଇତାରିଖରେ ଏହା ହ୍ରାସ ପାଇ ୨୨ କ୍ୟାରେଟର ମୂଲ୍ୟ ୩୦,୮୫୦ ଓ ୨୪ କ୍ୟାରେଟର ମୂଲ୍ୟ ୩୨,୯୭୦ ଟଙ୍କା ରହିଥିଲା ।

୫ ତାରିଖରେ  ଏହା ହ୍ରାସପାଇ ୨୨ କ୍ୟାରେଟର ମୂଲ୍ୟ  ୩୦,୮୫୦ ଓ ୨୪ କ୍ୟାରେଟର ୩୨,୯୫୦ ଟଙ୍କାରେ ପହଞ୍ଚିଥିଲା ।

Comments are closed.