www.samajalive.in
Monday, December 8, 2025
14.1 C
Bhubaneswar

ସୁନା-ରୂପା ଦାମ୍ ବଢିଲା, ଜାଣନ୍ତୁ କେତେ..

ନୂଆଦିଲ୍ଲୀ : ଧନତେରସ-ଦୀପାବଳିରେ ଏଥର ସୁନା କିଣିବା ସହଜ ହେବନି । ସୁନା-ରୂପା କିଣିବା ପାଇଁ ଆପଣଙ୍କୁ ଅଧିକ ପଇସା ଦେବାକୁ ପଡିବ । ସୁନା ଦାମ୍ ସର୍ବୋଚ୍ଚ ସ୍ତର ପାର କରିଛି । ପ୍ରଥମ ଥର ସୁନା ୮୦ ହଜାର ଟଙ୍କା ପାର୍ କରିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ବୈଶିକ ଅନିଶ୍ଚିତତା ସହିତ ଲଗାତର ଖସୁଥିବା ସେୟାର ବଜାର ଯୋଗୁଁ ସୁନା ଦାମ୍ ବଢିବାରେ ଲାଗିଛି । ବୈଶିକ ସ୍ତରରେ ସୁନା ଓ ରୂପା ଦାମ୍ ବୃଦ୍ଧି ଜାରି ରହିଛି ।

୨୩ ଅକ୍ଟୋବରରେ ଭାରତରେ ସୁନା ଦାମ୍ ୮୦ ହଜାର ଟଙ୍କା ସ୍ତର ପାର କରିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୮୦୨୨୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି । ପାର୍ବଣ ଋତୁ ଯୋଗୁଁ ବଢୁଥିବା ଚାହିଦା ଯୋଗୁଁ ସୁନା ଦାମ୍ ବଢିବାରେ ଲାଗିଛି । ରୂପା ଦାମ୍ ୯୯୭୯୧ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଯାଇଛି । ରୂପା ଦାମ୍ ମଧ୍ୟ ଖୁବ୍ ଶୀଘ୍ର ୧ ଲକ୍ଷ ଟଙ୍କା ପାର୍ କରିବା ନେଇ ଆକଳନ କରାଯାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories