www.samajalive.in
Thursday, December 11, 2025
15.1 C
Bhubaneswar

୫୬ ହଜାର ଟଙ୍କା ଟପିବ ସୁନା ଦର ! ଜାଣି ନିଅନ୍ତୁ ଅଜିର ଦାମ୍‍

ଭୁବନେଶ୍ୱର: ନାରୀ ହେଉକି ପୁରୁଷ ସୁନା ପ୍ରତି ମମସ୍ତଙ୍କର ଦୁର୍ବଳତା ରହିଛି । ବିବାହ ହେଉକି ଅନ୍ୟକିଛି ମାଙ୍ଗଳିକ କାର୍ଯ୍ୟ ସୁନାର ଚାହିଦା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ହେଲେ ବର୍ତ୍ତମାନ ଆପଣ ସୁନା କିଣିବାକୁ ଚାହୁଛନ୍ତି କି ? ତେବେ ଜାଣିନିଅନ୍ତୁ ଆଜିର ସୁନାର ଦାମ୍‍ । ଆଉ ସୁନାକୁ ନେଇ କ’ଣ ରହିଛି ଆଗକୁ ସ୍ଥିତି । ଗତ କିଛି ଦିନ ଧରି ବଜାରରେ ସୁନାର ଦାମ୍‍ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବଜାରରେ ସୁନାର ମୂଲ୍ୟ ୪୮ ହଜାର ଟଙ୍କା ଟପିଲାଣି । ଆଉ ଆଗକୁ ଆହୁରି ମଧ୍ୟ ସୁନାର ଦାମ୍‍ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁନାରେ ଅର୍ଥ ବିନିଯୋଗ କରିବାର ଉତ୍ତମ ସମୟ । କାରଣ ଆଗାମୀ ୧୨ ମାସ ମଧ୍ୟରେ ଏହାର ଦାମ୍‍ ବହୁତ ବଢ଼ିପାରେ ।

ଭାରତ ବର୍ଷକୁ ୮୦୦ରୁ ୯୦୦ ଟନ୍ ସୁନା ଆମଦାନୀ କରିଥାଏ। ବର୍ତ୍ତମାନ ଘରୋଇ ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୦୦୦ ଟଙ୍କା ଅତିକ୍ରମ କରୁଥିବା ଦେଖାଯାଉଛି। କରୋନା ସଂକ୍ରମଣ ମଧ୍ୟରେ ସୁନା ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି । ନିବେଶକମାନେ ପୁନର୍ବାର ସୁନା ପ୍ରତି ଆକର୍ଷିତ ହୁଅନ୍ତି ଏବଂ ଏଥିରେ ଏକ ଲାଭଜନକ ଡିଲ୍ ଭାବରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି । ଏହାର କାରଣ ଆଗାମୀ ଦିନରେ ସୁନାର ଦାମ୍‍ ଆହୁରି ବଢ଼ିବାରେ ରହିଛି ।

- Advertisement -

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୧୨ ରୁ ୧୫ ମାସ ମଧ୍ୟରେ ସୁନାର ମୂଲ୍ୟ ସର୍ବକାଳୀନ ଉଚ୍ଚତାରେ ପହଞ୍ଚିବ । ଯଥା ୫୬,୨୦୦ ଟଙ୍କା ହୋଇପାରେ ସୁନା ଦର । ଗତ ଶୁକ୍ରବାର ସୁନା ଦଶଗ୍ରାମ୍‍ ପିଛା ୩୦ ଟଙ୍କା ବୃଦ୍ଧିପାଇ ୪୮,୪୧୦ ଟଙ୍କା ରହିଥିଲା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଫେବୃଆରୀରେ ବିତରଣ ପାଇଁ ସୁନା ୩୦ ଟଙ୍କା ବୃଦ୍ଧି ହୋଇ ୧୦ ଗ୍ରାମ ପ୍ରତି ୪୮,୪୧୦ ଟଙ୍କାକୁ ବୃଦ୍ଧି ପାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories