www.samajalive.in
Saturday, December 13, 2025
15.1 C
Bhubaneswar

ଗୋପାଳପୁର ରେଳ ଓଭର ବ୍ରିଜରେ  ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଖୋଡାସିଙ୍ଗ ସନ୍ନିକଟ ଗୋପାଳପୁର ରେଳ ଓଭର ବ୍ରିଜ ଉପରେ ଆଜି ଅପରାହ୍ଣ ୪ ଟା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହାଁ ଦୁର୍ଘଟଣା ହେବା ଫଳରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୀ ଜିଲ୍ଲାର ଅନ୍ତର୍ଗତ କୃଷ୍ଣ ପ୍ରସାଦ ଥାନା ଅଧିନସ୍ଥ ଗିଲିନୁସିର ମନୋଜ ପ୍ରଧାନ(୩୮) ବୋଲି ପୁଲିସ ସୂଚନା ଦେଇଛି। ଆହତ ମାନେ ହେଲେ କୁମ୍ଭାର ପଲ୍ଲୀର ସନ୍ୟାସୀ ସେଠୀ, ଗଞ୍ଜୁର ସୁଶାନ୍ତ ସେଠୀ, ଇଞ୍ଜିନିୟରିଂ ସ୍କୁଲ ଛକ ନାରାୟଣ ସେଠୀ, ମୃତ ମନୋଜଙ୍କ ଭଉଣୀ ମୀରା ଦାସ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୪ ଟାରେ ଖୋଡାସିଙ୍ଗି ଓଭର ବ୍ରିଜରେ ପୁରୀ ଅଂଚଳର ମନୋଜ ପ୍ରଧାନ ଏବଂ ତାଙ୍କ ଭଉଣୀ ମୀରା ଦାସ କୌଣସି କାମରେ ବ୍ରହ୍ମପୁର ଆସି ମୋଟରସାଇକେଲ ରେ ଫେରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ବ୍ରହ୍ମପୁର ଅଂଚଳର ୩ ଜଣ ସୁଶାନ୍ତ ସେଠୀ, ନାରାୟଣ ସେଠୀ ଓ ସନ୍ୟାସୀ ସେଠୀଙ୍କ ବାଇକ ସହ ମୁହାମୁଁହି ଧକ୍କା ହୋଇଥିଲା। ଏହା ସହ ବ୍ରହ୍ମପୁର ପଟୁ ଆସୁଥିବା ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା। ତିନୋଟି ଗାଡ଼ିର ଛଅ ଜଣ ମଧ୍ୟରୁ ସ୍କୁଟି ଚାଳକ ବର୍ତ୍ତି ଯାଇଥିବା ବେଳେ ଦୁଇ ବାଇକର ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଏକ ଡାଲା ଅଟୋ ଯୋଗେ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇ ଥିଲେ। ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଗାଡ଼ିକୁ ଜବତ କରିବା ସହ କେସ ନଂ ୧୮/୨୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories