ଏହି ଦେଶରେ ଏଣିକି ସପ୍ତାହରେ ୪ ଦିନ ହେବ କାମ, ସରକାର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ : ଜର୍ମାନୀରେ ଏଣିକି ଅଫିସ ମାନଙ୍କରେ ୫ ଦିନ ବଦଳରେ ସମସ୍ତେ ୪ ଦିନ କାମ କରିବେ । କାର୍ଯ୍ୟ ଦିବସକୁ ୫ରୁ ହ୍ରାସ କରି ୪ ଦିନ କରିବା ପାଇଁ ଯୋଜନା ଚାଲିଛି । ୧ ଫେବୃୟାରୀରୁ ସପ୍ତାହରେ ୪ ଦିନ କାମ କରିବାର ଫର୍ମୁଲାକୁ ୬ ମାସ ପର୍ଯ୍ୟନ୍ତ ଆପଣାଯିବ । ଏଥିରୁ ଯେଉଁ ଫଳାଫଳ ମିଳିବ ସେହି ଆଧାରରେ ଆଗାମୀ ନିଷ୍ପତ୍ତି ନିଆଯିବ ।

ଜର୍ମାନୀର ଅର୍ଥବ୍ୟବସ୍ଥା ବର୍ତ୍ତମାନ ମାନ୍ଦା ଚାଲିଛି । ଦରବୃଦ୍ଧି ବଢିଛି କିନ୍ତୁ କୁଶଳୀ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଶ୍ରମିକ ସଙ୍ଗଠନ ସରକାରଙ୍କୁ ପରାମର୍ଶ ଦେଇଛି କି କର୍ମଚାରୀଙ୍କୁ ଏକ ସୁସ୍ଥ ବାତାବରଣ ଦିଆଯାଉ ଯାହା ଫଳରେ ସେମାନେ ନିଜ ସମ୍ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିପାରିବେ । ଶ୍ରମିକ ସଙ୍ଗଠନର ପରାମର୍ଶରେ ଜର୍ମାନୀ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ସପ୍ତାହରେ ୪ ଦିନ କାମ କରିବାର ୬ ମାସ ଟ୍ରାଏଲ ୧ ଫେବୃୟାରୀରୁ ଆରମ୍ଭ ହୋଇଛି । ଏଥିରେ ୪୫ କମ୍ପାନୀ ଭାଗ ନେବେ । ଏହି ଟ୍ରାଏଲର ଦାୟିତ୍ବ ନ୍ୟୁଜିଲାଣ୍ଡ ସ୍ଥିତ ନନ୍ ପ୍ରଫିଟ୍ କମ୍ପାନୀ ୪ଡେ ଓ୍ବିକ୍ ଗ୍ଲୋବାଲକୁ ପ୍ରଦାନ କରାଯାଇଛି ।

ଫେଡେରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅକ୍ୟୁପେସନାଲ୍ ସେଫ୍ଟି ଏଣ୍ଡ ହେଲ୍ଦ ଅନୁସାରେ ୨୦୨୨ରେ ଜର୍ମାନୀର ଲୋକେ ବର୍ଷରେ ସାଧାରଣତଃ ୨୧.୩ ଦିନ କାମ କରିବାରେ ସକ୍ଷମ ନଥିଲେ ଯାହା ଫଳେ ୨୦୭ ଅରବ ୟୁରୋର କ୍ଷତି ହୋଇଥିଲା । ବ୍ଲୁମବର୍ଗ ନିଜର ଏକ ରିପୋର୍ଟରେ କହିଥିଲା କି ଅଧିକ କାମ କଲେ ଖୁସି ନଥିବା କର୍ମଚାରୀ ନିଜ କାମରେ ମନ ଲଗାନ୍ତି ନାହିଁ ଯେଉଁଥିପାଇଁ ୨୦୨୩ରେ ବୈଶିକ ଅର୍ଥବ୍ୟବସ୍ଥାକୁ ୧ ଖରବ ୟୁରୋର କ୍ଷତି ହୋଇଥିଲା । ତେବେ କୁହାଯାଉଛି କି ୪ ଦିନ କାମ କଲେ କାମର ପ୍ରଡକ୍ଟିଭିଟି ବଢିବା ସହିତ କର୍ମଚାରୀ ଛୁଟି ମଧ୍ୟ କମ୍ ନେବେ । ଏଥିରେ କମ୍ପାନୀର ଫାଇଦା ହେବା ସହିତ ବୈଶିକ ଅର୍ଥବ୍ୟବସ୍ଥାକୁ ମଧ୍ୟ କମ୍ କ୍ଷତି ହେବ ।

Comments are closed.