www.samajalive.in
Monday, December 8, 2025
20.1 C
Bhubaneswar

ଗେଲ୍‌ଙ୍କ ୨୨ତମ ଟ୍ବେଣ୍ଟି-୨୦ ଶତକ

ବାସେଟିଏଅର୍‌: ଟ୍ବେଣ୍ଟି-୨୦ କ୍ରିକେଟରେ ନିଜକୁ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ଭାବେ ପୁଣିଥରେ ପ୍ରମାଣିତ କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ମହାନ୍ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍‌। ମଙ୍ଗଳବାର କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ୍‌)ର ଏକ ମ୍ୟାଚ୍‌ରେ ଜାମାଇକା ତଲାୱାଜ୍ ପାଇଁ ଖେଳି ସେଣ୍ଟ୍‌ କିଟ୍‌ସ ଏଣ୍ଡ ନେଭିସ୍ ପାଟ୍ରିଅଟ୍‌ସ ବିପକ୍ଷରେ ଗେଲ୍‌ ବିସ୍ଫୋରକ ଶତକ ମାରିଛନ୍ତି। ତେବେ ଗେଲ୍‌ଙ୍କ ଏହି ଶତକ ସତ୍ତ୍ବେ ସେଣ୍ଟ୍‌ କିଟ୍‌ସ ଏଣ୍ଡ ନେଭିସ୍ ପାଟ୍ରିଅଟ୍‌ସ ଏହି ମ୍ୟାଚ୍‌ରେ ବିଜୟୀ ହୋଇଛି।
ଗେଲ୍‌ ବିସ୍ଫୋରକ ବ୍ୟାଟିଂକରି ୬୨ ବଲ୍‌ରୁ ୧୦ଟି ଛକା ଓ ୭ଟି ଚୌକା ସହ ୧୧୬ ରନ୍ କରିଥିଲେ। ତାଙ୍କୁ ଛାଡ଼ି ଜାମାଇକା ତଲାୱାଜ୍ ପାଇଁ ଚାଦୱିକ୍ ୱାଲ୍‌ଟନ ୩୬ ବଲ୍‌ରୁ ୮ଟି ଚୌକା ଓ ୩ଟି ଚୌକା ସହ ୭୩ ରନ୍ କରିଥିଲେ। ଫଳରେ ଜାମାଇକା ତଲାୱାଜ୍ ୨୦ ଓଭରରେ ୪ ୱିକେଟରେ ୨୪୧ ରନ୍ କରିଥିଲା। ଆଲ୍‌ଜାରି ଜୋସେଫ୍ ଓ ଫାବିଏନ୍‌ ଆଲେନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ପରେ ୭ଟି ବଲ୍‌ ବାକିଥିବା ବେଳେ ସେଣ୍ଟ୍‌ କିଟ୍‌ସ ଏଣ୍ଡ ନେଭିସ୍ ପାଟ୍ରିଅଟ୍‌ସ ୬ ୱିକେଟ ହରାଇ ବିଜୟୀ ହୋଇଥିଲା। ଡେଭନ୍ ଥମାସ୍ ୪୦ ବଲ୍‌ରୁ ୩ଟି ଛକା ଓ ୮ଟି ଚୌକା ସହ ୭୧, ଏଭିନ୍ ଲୁଇସ୍ ୧୮ ବଲ୍‌ରୁ ୬ଟି ଛକା ଓ ୩ଟି ଚୌକା ସହ ୫୩, ଲୌରି ଇଭାନ୍‌ସ ୨୦ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୧, ସାମାରା ବ୍ରୁକ୍‌ସ ୧୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ରନ୍ କରିଥିଲେ। ଫାବିଏନ୍ ଆଲେନ୍ ୧୫ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ଓସାନେ ଥମାସ୍ ୪ଟି ଓ ଆ​‌େ​‌ନ୍ଦ୍ର ରସେଲ ୨ଟି ୱିକେଟ ନେଇଥିଲେ। ଟ୍ବେଣ୍ଟି୨୦ କ୍ରିକେଟ​ରେ ଏହା ୨ୟ ସର୍ବାଧିକ ରନ୍‌ର ପିଛାକରି ବିଜୟ। ଗତବର୍ଷ ଅକ୍‌ଲାଣ୍ଡରେ ଅଷ୍ଟ୍ରେଲିଆର ୫/୩୪୫ ରନ୍‌ର ପିଛାକରି ନ୍ୟୁଜିଲାଣ୍ଡ ଜିତିଥିଲା। ଗେଲ୍‌ ୨୨ଟି ଟ୍ବେଣ୍ଟି-୨୦ ଶତକ ମାରିଥିବା ବେଳେ ୨ୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ମାଇକେଲ କ୍ଲିଙ୍ଗର ୮ଟି ଶତକ ସହ ୨ୟ ସ୍ଥାନରେ ରହିଛନ୍ତି। ପୁଣି ଡ୍ବେନ୍ ସ୍ମିଥ୍‌ଙ୍କ ସହ ଗେଲ୍‌ ସିପିଏଲ୍‌ରେ ସର୍ବାଥିକ ୪ଟି ଶତକ ମାରିଛନ୍ତି। କେବଳ ସିପିଏଲ୍‌ରେ ଗେଲ୍‌ ୧୫୬ଟି ଛକା ମାରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍ ଶହେ ଛକା ମଧ୍ୟ ମାରିନାହାନ୍ତି। ଏହି ମ୍ୟାଚ୍‌ରେ ମୋଟ ୩୭ଟି ଛକା ଦେଖିବାକୁ ମିଳିଥିଲା। ଟ୍ବେଣ୍ଟି-୨୦ କ୍ରିକେଟରେ ଏହା ଯୁଗ୍ମ ସର୍ବାଧିକ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories