କଠୋର ହେବ ଖାଉଟି ସୁରକ୍ଷା ଆଇନ

0

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାଶ ପାସ୍‍ୱାନ୍‍ କହିଛନ୍ତି, ଆଗାମୀ ଡିସେମ୍ବର ୩୦ ତାରିଖ ସୁଦ୍ଧା ଖାଉଟୀ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରାଯିବ। ବିହାରର ପାଟନାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି, ଏହି ନିୟମ ଅଧୀନରେ ଖାଉଟିମାନଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷକୁ ଶକ୍ତିଶାଳୀ କରାଯିବ। ସେ ସାମ୍ବାଦିକମାନଙ୍କୁ କହିଛନ୍ତି,

prayash

ସେ କହିଛନ୍ତି, ପୂର୍ବରୁ କିଣି ସାରିଲା ପରେ ଉପଭୋକ୍ତାମାନେ ଅଭିଯୋଗ କରୁଥିଲେ, କିନ୍ତୁ ଏହି ନୂଆ ଆଇନ ଅଧୀନରେ ବର୍ତ୍ତମାନ କିଣିବା ପୂର୍ବରୁ ମଧ୍ୟ ସେମାନେ ଅଭିଯୋଗ କରିପାରିବେ। ସେ କହିଛନ୍ତି, “ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ଼” ୧୪ଟି ରାଜ୍ୟରେ ଏବେ କାର୍ଯ୍ୟକାରୀ କରାଯାଇଛି। ବାକି ରାଜ୍ୟଗୁଡ଼ିକରେ ଏହି ଯୋଜନାକୁ ଆସନ୍ତା ବର୍ଷରୁ କାର୍ଯ୍ୟକାରୀ କରାଯିବ।

kalyan agarbati
Leave A Reply