www.samajalive.in
Thursday, December 11, 2025
16.1 C
Bhubaneswar

ବୈଷ୍ଣବୀ ପୀଠରେ ଗାୟତ୍ରୀ ମହାଯଜ୍ଞ

ବେଲଗାଁ : ସଇଁନ୍ତଲା ବ୍ଲକ ଘୁନସର ସ୍ଥିତ ପବିତ୍ର ବୈଷ୍ଣବୀ ପୀଠରେ ଦୋଳ ପୁର୍ଣ୍ଣିମା ପାର୍ବଣ ତିଥିରେ ଭକ୍ତଙ୍କ ସମାବେଶରେ ଗ୍ରାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହା ସହ ପୀଠର ମୁଖ୍ୟ ସେବକ ହିରା ବାବାଙ୍କ ଦ୍ୱାରା ଦଶମହାବିଦ୍ୟା ଓ ଦେବୀ ବରାଳମୁଖୀଙ୍କ ସ୍ୱତନ୍ତ୍ର ପୂଜା, ଯଜ୍ଞ ଓ ହୋମକର୍ମ ବିଧି ମୁତାବକ ସମ୍ପନ୍ନ ହୋଇଛି। ଏଥିରେ ଜ୍ୟୋତିର୍ବିଦ ପ୍ରଦୀପ ଜାଲ ଯୋଗଦେଇ ଗାୟତ୍ରୀ ଯଜ୍ଞ ଅନୁଷ୍ଠାନ ସମ୍ପାଦନ କରିଥିଲେ। ବଲାଙ୍ଗିର ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂଭୋଇ, ସମାଜସେବୀ ଧୃବଚରଣ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପୃଷେଠ, ଥବିର ପୁଝାରୀ, ଗଜରାଜ ରଣା, ଗୋବର୍ଦ୍ଧନ ମାଝୀ, ଅଧିର ମଣ୍ଡଳ, ଗୋବର୍ଦ୍ଧନ ପ୍ରଧାନ, ବିରେନ୍ଦ୍ର ଜାନୀ, ନୃପ ସେଠ, ଜନ୍ମ ବାଗ, ବିଭିଷଣ ମାଝୀ ପ୍ରମୁଖ ବହୁ ଭକ୍ତ ସାମିଲ ହୋଇଥିଲେ। ପୀଠରେ ମାନସିକ କଲେ ଅନେକ ମନୋକାମନା ପୁରଣ ହେଉଥିବା ନେଇ ଖ୍ୟାତି ଲାଭ ସହ ଏଠାକୁ ବିଭିନ୍ନ ଜିଲାରୁ ବିଶେଷ କରି ପର୍ବପର୍ବାଣୀରେ ଲୋକଙ୍କ ସୂଅ ଛୁଟିଥାଏ। ଏହି ଦେବୀ ପୀଠରେ କୌଣସି ବଳି ଲାଗି ହେଉନଥିବା ତଥା ସମ୍ପୁର୍ଣ୍ଣ ସାତ୍ୱିକ ରୀତିନୀତିରେ ପୁଜାର୍ଚ୍ଚନା କରାଯାଉଥିବା ଆଦିବାସୀ ସଂଘ ସଭାପତି ଶ୍ରୀ ସିଂଭୋଇ କହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories