www.samajalive.in
Monday, December 8, 2025
24.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ ହେଲା କାଳ; ଲୁଟ ପରେ ଆପ୍‍ ନେତାଙ୍କୁ ଜୀବନ୍ତ ପୋଡ଼ି ହତ୍ୟା

ନୂଆଦିଲ୍ଲୀ : ଆମ୍‍ ଆଦ୍‍ମୀ ପାର୍ଟି (ଆପ୍‍) ନେତା ନବୀନ ଦାସଙ୍କ ହତ୍ୟାର ଗୁମର ଖୋଲିଛି। ଅକ୍ଟୋବର ୫ରେ ଦାସଙ୍କୁ ତାଙ୍କ ଏସ୍‍ୟୁଭି କାରରେ ଜୀବନ୍ତ ପୋଡି ହତ୍ୟା କରାଯାଇଥିଲା। ଏହି ମାମଲାରେ ଦାସ୍‍ଙ୍କର ଜଣେ ବନ୍ଧୁଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଦାସଙ୍କ ବନ୍ଧୁ ତୟବ କୁରେଶୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ପ୍ରକାଶ କରିଛି। ଗାଜିଆବାଦ ପୁଲିସର ସୂଚନା ଅନୁସାରେ କୁରେଶୀଙ୍କ ସହିତ ଦାସଙ୍କର ସମଲିଙ୍ଗୀ ସମ୍ପର୍କ ରହିଥିଲା। ଦାସ୍‍ ତାଙ୍କୁ ସମଲିଙ୍ଗୀ ସମ୍ପର୍କର ଭିଡିଓ ଭାଏରାଲ କରିବାର ଧମକ ଦେଇ ଭଡା ଘରେ ଏକତ୍ର ବାସ କରିବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୁକ୍ତ କୁରେଶୀ ପୁଲିସ ନିକଟରେ ବୟାନ ଦେଇଛି। ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ କୁରେଶୀଙ୍କ ଭାଇ ତାଲିବ କୁରେଶୀ ଏବଂ ସେମାନଙ୍କ ବନ୍ଧୁ ସମର ଖାନ୍‍। ଏହି ତିନି ଜଣ ମିଳିତ ଭାବେ ଦାସଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିଲେ। ଦାସ୍‍ଙ୍କୁ କୁରେଶୀ ଘଟଣା ଦିନ ଲୋନି ଭୋପ୍ରାକୁ ଡକାଇଥିଲେ। ବାଟରୁ କ୍ରୟ କରିଥିବା ଏକ ପାନୀୟରେ ସେମାନେ ନିଦ ବଟିକା ମିଶାଇ ଦାସଙ୍କୁ ପିଇବାକୁ ଦେଇଥିଲେ। ଦାସ ଅବଚେତନ ଅବସ୍ଥାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କ ଏଟିଏମ୍‍ କାର୍ଡ ବ୍ୟବହାର କରି ୭.୮୫ ଲକ୍ଷ ଟଙ୍କା କାଢି ନେଇଥିଲେ। ବାଟରୁ ପେଟ୍ରୋଲ କ୍ରୟ କରିଥିଲେ। ଦାସ କାର୍‍ରେ ବସିଥିବା ଅବସ୍ଥାରେ ତାହା ଉପରେ ପେଟ୍ରୋଲ ଢାଲି ସେମାନେ ନିଆଁ ଲଗାଇଦେଇଥିଲେ। ପୁଲିସ ରାତି ପ୍ରାୟ ତିନିଟା ବେଳେ ଦାସଙ୍କ ଦଗ୍ଧ ଦେହାବଶେଷ ଠାବ କରିଥିଲା। ଦାସଙ୍କ ମୃତଦେହ ଡ୍ରାଇଭର ସିଟ୍‍ରେ ଥିବା ବେଳେ ପାଖ ସିଟ୍‍ର କବାଟ ଖୋଲାଥିଲା। ଫଳରେ କାରରେ ଅନ୍ୟ କେହି ଉପସ୍ଥିତ ଥିବା ପୁଲିସ ସନ୍ଦେହ କରି ଖୋଳତାଡ କରିଥିଲା ବୋଲି ଏସ୍‍ଏଚ୍‍ଓ ଦିନେଶ ଯାଦବ ପ୍ରକାଶ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories