www.samajalive.in
Wednesday, December 10, 2025
14.1 C
Bhubaneswar

ଶୋଚନୀୟ ପରାଜୟ : ଦାୟୀ କିଏ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ ? ଖେଳାଳୀ ନା ମ୍ୟାନେଜମେଣ୍ଟ ନା କୋଚ୍ । ବର୍ତ୍ତମାନ୍ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ଆଜି ଗୌହାଟୀରେ ଭାରତ ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ୍ ସହ ସରିଜ୍‌ ହାରିଛି ଭାରତ। ୪୦୮ ରନ୍‌ରେ ଦକ୍ଷିଣ ଆଫ୍ରିକା ବଡ ବିଜୟ ହାସଲ କରିଛି। ଦ୍ଵିତୀୟ ଇଂନିସରେ ମାତ୍ର ୧୪୦ରେ ସରେଣ୍ଡର କରିଛନ୍ତି ଭାରତୀୟ ବ୍ୟାଟର। ଟିମ୍ ଇଣ୍ଡିଆ ଦାୟିତ୍ଵହୀନ , ଖାମଖିଆଲ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଛନ୍ତି। ସାଇ, ଜୁରେଲ ଏବଂ ନୀତୀଶ ସୁଯୋଗର ସଦବ୍ୟବହାର କରିପାରିଲେନି। ଦକ୍ଷିଣ ଆଫ୍ରିକା ୨-୦ରେ ସରିଜ୍ ପୋଛି ନେଇଛି। ସେପଟେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ହାରିବା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନରେ ଘେରିଛନ୍ତି ଗଣମାଧ୍ୟମ ପ୍ରତିନିଧି। ଏହାର ଜବାବ ନୂଆ ବିବାଦ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ପାଇଁ ଟିମ୍ ହାରେନି। କିମ୍ବା ଗୋଟିଏ ବ୍ୟକ୍ତିବିଶେଷକୁ ଦାୟୀ କରାଯାଇ ପାରିବନି ବୋଲି ଗମ୍ଭୀର କହିଛନ୍ତି।

ମ୍ୟାଚ୍‌ ପରେ ଗୌତମ ଗମ୍ଭୀର ଯେଉଁଭଳି ବୟାନ ଦେଇଛନ୍ତି ତାହାକୁ ନେଇ ଆକଳନ କରାଯାଉଛି ଯେ, ସେ ଇସ୍ତଫା ଦେଇପାରନ୍ତି । ଭାରତର ପ୍ରଦର୍ଶନକୁ ନେଇ ତାଙ୍କ ଉପରେ ପ୍ରଶ୍ନ ଉଠିବା ପରେ କହିଛନ୍ତି ମୋ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନିର୍ଦ୍ଧାରଣ କରିବ । ହେଲେ ମୁଁ ହେଉଛି ସେହି ଲୋକ ଯିଏ ଇଂଲଣ୍ଡରେ ଆପଣଙ୍କୁ ରେଜଲ୍ଟ ଦେଇଛି ଏବଂ ଚାମ୍ପିୟନ୍ସ ଟ୍ରଫି ଜିତାଇଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ଗୌତମ ଗମ୍ଭୀର । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ସହ ଗମ୍ଭୀର କହିଛନ୍ତି ଯେ ସିରିଜ୍ ପରାଜୟ ପାଇଁ ସମସ୍ତେ ଦାୟୀ, କିନ୍ତୁ ଏହାର ଆରମ୍ଭ ତାଙ୍କଠାରୁ ହିଁ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories