www.samajalive.in
Monday, December 8, 2025
13.1 C
Bhubaneswar

ଗମ୍ଭୀର ଫାଉଣ୍ଡେସନ ବେଆଇନ ଭାବେ ଫାବିଫ୍ଲୁ ମହଜୁଦ ରଖିଥିଲା

ନୂଆଦିଲ୍ଲୀ: ଜି ଜି ଫାଉଣ୍ଡେସନ ବେଆଇନ ଭାବରେ କୋଭିଡ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଫାବିଫ୍ଲୁ ସଂଗ୍ରହ, ମହଜୁଦ ଏବଂ ଆବଣ୍ଟନ କରିଥିବା ସମ୍ପର୍କରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)। ଡିସିଜିଆଇ ଏହି ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିବା ନେଇ ଚେତାବନୀ ଦିଆଯିବା ପରେ ଗୁରୁବାର ଦିନ ଡିସିଜିଆଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ନୂଆ ରିପୋର୍ଟ ଦାଖଲ କରିଥିଲେ। ସେଥିରେ କୁହାଯାଇଛି ଯେ ଗମ୍ଭୀର ଫାଉଣ୍ଡେସନ ବେଆଇନ ଭାବରେ ଏହି ଔଷଧ ସଂଗ୍ରହ ଓ ମହଜୁଦ ରଖିବା ସହିତ ତାହା ଆବଣ୍ଟନ କରିଛି। ସେଥିପାଇଁ ଉକ୍ତ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାହାସହିତ ଉକ୍ତ ଔଷଧ ଯୋଗାଇଥିବା ଡିଲର ଏବଂ ଅନ୍ୟ ଯେଉଁମାନେ ସଂପୃକ୍ତ ଅଛନ୍ତି, ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଡିସିଜିଆଇ ଅବଗତ କରାଇଥିଲେ। ସେହି ସମାନ ଅପରାଧରେ ଆପ୍‍ ବିଧାୟକ ପ୍ରବୀଣ କୁମାର ମଧ୍ୟ ଦୋଷୀ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories