www.samajalive.in
Wednesday, December 10, 2025
16.1 C
Bhubaneswar

ଗ୍ୟାସ କାଉଣ୍ଟର ବନ୍ଦ, ଉପଭୋକ୍ତାଙ୍କୁ ଶୋଷଣ ନେଇ ଅସନ୍ତୋଷ

ବେଗୁନିଆ : ଗ୍ୟାସ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ବେଗୁନିଆରେ ଖୋଲାଯାଇଥିବା ଭାରତ ଗ୍ୟାସ କାଉଣ୍ଟର ଗତ କିଛି ଦିନ ହେବ ବନ୍ଦ ରହିଛି। ଗ୍ୟାସ କାଉଣ୍ଟରରେ କାର୍ଯ୍ୟରତ କିଛି କର୍ମଚାରୀ ତାର ସୁଯୋଗ ନେଇ ଉପଭୋକ୍ତା ମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ହାତଗୁଂଜା ନେଇ ନୀରବ ରହୁଥିବା ଯୋଗୁଁ ଉପଭୋକ୍ତା ମାନଙ୍କ ଅଭିଯୋଗ ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ଗତ ଅଗଷ୍ଟ ୯ତାରିଖ ଠାରୁ ସମ୍ପୃକ୍ତ ଗ୍ୟାସ କାଉଣ୍ଟର ବନ୍ଦ ରହିଥିବାବେଳେ ଉପଭୋକ୍ତାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରୁ ୮କିମି ଦୂରରେ ପିଚୁକୁଳିରେ ଗ୍ୟାସ ଡିପୋ ଅଛି। କିନ୍ତୁ ଗ୍ୟାସ କାଉଣ୍ଟର ବନ୍ଦ ଥିବାର ସୁଯୋଗ ନେଇ କାଉଣ୍ଟରରେ କାର୍ଯ୍ୟରତ ୨/୩ଜଣ କର୍ମଚାରୀ ବେଗୁନିଆ ନୁଆସାହିରେ ବିଭିନ୍ନ ଲୋକମାନଙ୍କ ଘରେ ରଖି ଗ୍ୟାସ କଳାବଜ଼ାର କରୁଛନ୍ତି। ଏପରିକି ଗ୍ୟାସ ସିଲିଣ୍ଡର ଦାମ ସରକାରୀ ସ୍ତରରେ ୬୨୨.୫୦ପଇସା ହୋଇଥିବାବେଳେ ଗ୍ୟାସ ବୁକିଂ କରି ଦୂର ଦୁରାନ୍ତରରୁ ଆସୁଥିବା ଲୋକମାନଙ୍କୁ ବନ୍ଦ ଗ୍ୟାସ କାଉଣ୍ଟର କଡରେ କିମ୍ବା ନୂଆସାହିର ଦାସଗାଡ଼ିଆ ପୋଖରୀ ନିକଟରେ ସିଲିଣ୍ଡର ପିଛା ୬୫୦ଟଙ୍କା ରଖି ଦିଆଯାଉଛି । ଉପଭୋକ୍ତାମାନଙ୍କୁ ଟ୍ରାନ୍ସପୋର୍ଟ ଚାର୍ଜ ୧୯.୫୦ପଇସା ଦିଆ ନଯାଇ ସିଲିଣ୍ଡର ପିଛା ସିଧା ସଳଖ ଦିନ ଦ୍ବିପ୍ରହରେ ୫୦ଟଙ୍କା ଲେଖାଏଁ ହରିଲୁଟ କରାଯାଉଛି । ଏପରିକି ହୋମ ଡେଲିଭରୀ ପାଇଁ ଆଇନ ଅନୁସାରେ ଆଦୌ ପଇସା ଦେବାକୁ ନଥିବାବେଳେ ଗ୍ୟାସ ନେଇ ଯାଉଥିବା କର୍ମଚାରୀମାନେ ୧୫ଟଙ୍କାରୁ ୩୦ଟଙ୍କା ପର୍ଯ୍ୟନ୍ତ ଦାବି କରି ନେଉଛନ୍ତି । ନଚେତ ଉପଭୋକ୍ତାମାନଙ୍କୁ ବହୁ ହଇରାଣ ହରକତ କରୁଛନ୍ତି  କାଉଣ୍ଟରରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଦୁର୍ବ୍ୟବହାର ଏବଂ ଶୋଷଣ ମନୋବୃତି ସମ୍ପର୍କରେ ଲୋକମାନେ ଅଭିଯୋଗ କଲେ ମଧ୍ୟ କେହି ସେଥିପ୍ରତି କର୍ଣପାତ କରୁନାହାନ୍ତି । ଉପଭୋକ୍ତାମାନେ ଗ୍ୟାସ ବୁକିଂ କରିବା ପରେ କ୍ୟାସ ମେମୋ କଟାଯାଇ କାଉଂଟରରୁ ମେସେଜ ଆସୁଛି, କିନ୍ତୁ ସଂଗେ ସଂଗେ ସିଲିଣ୍ଡର ଦିଆନଯାଇ ସେମାନଙ୍କ ଇଛା ମୁତାବକ ୩/୪ଦିନ ପରେ ଆଣି ଦେଉଛନ୍ତି। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories