www.samajalive.in
Sunday, December 7, 2025
26.1 C
Bhubaneswar

ଏମିତି ଚାଲିଛି କୋଭିଡ ପରୀକ୍ଷା; ମାଳି ସଂଗ୍ରହ କରୁଛନ୍ତି ସ୍ବାବ୍‌ ନମୁନା

ଭୋପାଳ: କରୋନା ପରୀକ୍ଷା ପାଇଁ ହସ୍ପିଟାଲକୁ ଗଲେ ଲୋକଙ୍କୁ ନିଜର ସ୍ବାବ ନିଜେ କାଢ଼ିବାକୁ ପଡ଼ୁଛି। କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ସ୍ବାବ ସଂଗ୍ରହ କରୁନାହାନ୍ତି। ହସ୍ପିଟାଲର ଜଣେ ମାଳି ସ୍ବାବ ସଂଗ୍ରହ କରୁଛନ୍ତି। ଚକ୍କିତ କଲା ଭଳି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଞ୍ଚିରେ ଥିବା ଏକ ସରକାରୀ ହସ୍ପିଟାଲରେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଲୋକମାନେ ହସ୍ପିଟାଲକୁ କରୋନା ପରୀକ୍ଷା କରାଇବାକୁ ଆସୁଛନ୍ତି। ବାହାରେ ଜଣେ ବ୍ୟକ୍ତି ଲୋକମାନଙ୍କ ପରୀକ୍ଷା କିଟ୍‌ ଦେବା ସହିତ ନିଜ ସ୍ବାବ ନିଜେ ସଂଗ୍ରହ କରିବାକୁ କହୁଛନ୍ତି। ଲୋକେ ସ୍ବାବ ସଂଗ୍ରହ କରିବା ପରେ ତାହାକୁ ସେହି ବ୍ୟକ୍ତି ଜଣଙ୍କୁ ଦେଇଦେଉଛନ୍ତି।

- Advertisement -

ତେବେ ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ହସ୍ପିଟାଲର ମାଳି ଓ ତାଙ୍କ ନାମ ହଲ୍‌କେ ରାମ। ମାଳି ଜଣକ କହିଛନ୍ତି ଯେ, ସେ ହସ୍ପିଟାଲର ସ୍ଥାୟୀ କର୍ମଚାରୀ ନୁହନ୍ତି। କିନ୍ତୁ ହସ୍ପିଟାଲର ସବୁ କର୍ମଚାରୀ ଏବଂ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାରୁ ସେ ଲୋକଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି।

ଅନ୍ୟପଟେ ହସ୍ପିଟାଲର ମେଡିକାଲ ଅଧିକାରୀ କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଳିଙ୍କୁ ନମୁନା ସଂଗ୍ରହ କରିବାକୁ ପ୍ରଶିକ୍ଷଣ ଦିଆଯାଇଛି। ଆମେ କ’ଣ କରିପାରିବୁ ? ସବୁ କର୍ମଚାରୀ ସଂକ୍ରମିତ ଥାଇ ବି ଆଇସୋଲେଶନରେ ରହି ନିଜର ଡ୍ୟୁଟି କରୁଛନ୍ତି। ତେଣୁ ଜରୁରୀ ପରିସ୍ଥିତିରେ ବିକଳ୍ପ ବ୍ୟବସ୍ଥା ପାଇଁ କିଛି ଲୋକଙ୍କୁ ନମୁନା ସଂଗ୍ରହ ପାଇଁ ପ୍ରଶିକ୍ଷଣ ଦିଆଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories