www.samajalive.in
Monday, December 8, 2025
27.1 C
Bhubaneswar

ଡିଆଁଡେଇଁ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ କମ ନେଇ ଅସନ୍ତୋଷ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମ ସ୍ଥିତ ଉଚ୍ଚବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ କମ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ସୋମବାର ଏ ନେଇ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସୁଥିବା
ଚାଉଳ ବସ୍ତା ଗୁଡିକୁ ଓଜନ କରିଥିଲେ। ବସ୍ତା ପିଛା ୪ ରୁ ୫ କିଲୋ କମ ରହୁଥିବା ଜଣାପଡିଥିଲା। ପ୍ରାଥମିକ ବିଦ୍ୟାଳୟ ରେ୪୧୯ କିଲୋ ଚାଉଳ ୩୪୨ କିଲୋ ଆସିଥିବ ବେଳେ ୭୬ କିଲୋ ଚାଉଳ ସଟେଜ ରହିଥିବା ବେଳେ ଉଚ୍ଚ ବିଦ୍ୟାଳୟରେ ୧୬୭ କିଲୋ ଚାଉଳ ୧୫୬ କିଲୋ ଚାଉଳ ଯାହାକି ୧୧ କିଲୋ ଚାଉଳ କାମ ରହିଥିବା ଜାଣିବାକୁ ପାଇଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯିବା ସହ ଗଣ ଶିକ୍ଷା ବିଭାଗ ର ଟୋଲ ଫି ନମ୍ବରରେ ଅଭିଯୋଗ କରିବା ସହ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ,ସ୍ଥାନୀୟ ସି ଆର ସି ସି ଅଭିରାମ ନାହାକଙ୍କୁ ଅଭିଯୋଗ କରିଛନ୍ତି।
ସ୍କୁଲ ପରିଚାଳନା କମିଟି ସଭାପତି ଭିକାରୀ ଚରଣ ନାହାକ,ଉପସଭାପତି ରାଜଲକ୍ଷ୍ମୀ ନାହାକ,ଗଜାନନ ଦଳେଇ,ମନୋରଞ୍ଜନ ନାହାକ,ଗାୟତ୍ରୀ ନାହାକ,ସ୍ରବାଣୀ ନାହାକ,ସାବିତ୍ରୀ ନାହାକ,ଭାସ୍କର ନାହାକ,ବାସନ୍ତୀ ନାହାକ,ସମୀର ନାହାକ,ଶିବରାମ ନାହାକ ପ୍ରମୁଖ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories