www.samajalive.in
Sunday, December 7, 2025
15.1 C
Bhubaneswar

ଭାରତର ନୁହନ୍ତି ଏହି ଦୁଇ ଜଣ ବିଶ୍ୱରେ ଶ୍ରେଷ୍ଠ କ୍ରିକେଟର – ଆଇସିସି ପକ୍ଷରୁ ନଭେମ୍ବର ମାସର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଘୋଷିତ

ଦୁବାଇ, : ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ନଭେମ୍ବର ପାଇଁ ମାସର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଘୋଷିତ ହୋଇଛନ୍ତି। ପୁଣି ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ହେଲି ମାଥ୍ୟୁସ୍‌ ନଭେମ୍ବରର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଘୋଷିତ ହୋଇଛନ୍ତି। ନଭେମ୍ବର ମାସ ପାଇଁ ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଦୌଡ଼ରେ ୱାର୍ଣ୍ଣରଙ୍କ ସହ ପାକିସ୍ତାନ ଟେଷ୍ଟ ଦଳର ଓପ୍‌ନର ଆବିଦ୍ ଅଲୀ ଓ ନ୍ୟୁଜିଲାଣ୍ଡର ପେସ୍ ବୋଲର ଟିମ୍ ସାଉଦି ମଧ୍ୟ ଥିଲେ। ତେବେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ଆବିଦ୍ ଓ ସାଉଦିଙ୍କୁ ପଛରେ ପକାଇ ଦେଇଛନ୍ତି ୱାର୍ଣ୍ଣର।

david-warner

- Advertisement -

ଅନ୍ୟପକ୍ଷ​‌େ​‌ର ମାସର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ଦୌଡ଼ରେ ଦୁଇ ବାମହାତି ସ୍ପିନର ପାକିସ୍ତାନର ଅନମ୍ ଅମିନ୍ ଓ ବାଂଲାଦେଶର ନାହିଦା ଅକ୍‌ତର ମଧ୍ୟ ଥିଲେ। ହେଲେ ୱେଷ୍ଟଇଣ୍ଡିଜ୍‌ର ହେଲି ମାଥ୍ୟୁସ୍‌ ବାଜି ମାରି ନେଇଛନ୍ତି। ବାମହାତି ଓପ୍‌ନର ୱାର୍ଣ୍ଣର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସୁପର-୧୨ ମ୍ୟାଚ୍‌ରେ ୫୬ ବଲ୍‌ରୁ ବିସ୍ଫୋରକ ଅପରାଜିତ ୮୯ ରନ୍‌ କରିଥିଲେ। ପରେ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ୱାର୍ଣ୍ଣର ୪୯ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲରେ ୫୩ ରନ୍‌ କରିଥିଲେ। ଏହି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଚମ୍ପିଆନ୍ ହୋଇଥିଲା।

mathews

ୱାର୍ଣ୍ଣର ପୂରା ଟୁର୍ଣ୍ଣାମେଣ୍ଟରେ ୪ଟି ଇନିଂସରୁ ୬୯.୬୬ ଆଭ୍‌ରେଜ୍ ଓ ୧୫୧.୪୪ ଷ୍ଟ୍ରାଇକ୍‌ରେଟ୍‌ରେ ୨୦୯ ରନ୍‌ କରିଥିଲେ। ଅନ୍ୟପକ୍ଷରେ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍‌ର ହେଲି ମାଥ୍ୟୁସ୍ ମୋଟ ୧୪୧ ରନ୍‌ କରିବା ସହ ୯ଟି ୱିକେଟ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories