www.samajalive.in
Saturday, December 6, 2025
16.1 C
Bhubaneswar

ଦିଗପହଣ୍ଡି ବସ୍‌‌ ଦୁର୍ଘଟଣା ; ଚାଳକ ଗିରଫ

ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣା ଘଟଣାରେ ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସ୍‌‌ ଚାଳକକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଚାଳକ ମାନସ ପ୍ରଧାନକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗତକାଲି ମାନସକୁ ପୁଲିସ ଭୁବନେଶ୍ୱରରୁ ଧରି ନେଇ ପଚରାଉଚରା କରୁଥିଲା। ଦୁର୍ଘଟଣା ପରେ ମାନସ ସେଠାରୁ ଭୁବନେଶ୍ୱର ଖସି ଆସିଥିଲା। ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ ଓଏସଆରଟିସି ବସ୍ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏହି ଅଘଟଣ ଘଟିଥିଲା। ଏଥିରେ ୮ ଜଣ ଆହତ ହୋଇଥିଲେ। ଏକ ବିବାହ ଉତ୍ସବ ସାରି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ଏବଂ ଓଏସଆରଟିସି ବସଟି ଗୁଡାରୀରୁ ଭୁବନେଶ୍ବର  ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୪ଜଣ ମହିଳା ଓ ୨ଜଣ ଶିଶୁଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories