ଫୁଲବାଣୀ :ରାଜ୍ୟ ପୁଲିସ୍ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ଚୋରା ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅପରେସନ ପ୍ରହାର । କନ୍ଧମାଳ ଜିଲାରେ ପ୍ରଥମ ଦିନରେ ଫୁଲବାଣୀ ଆଦର୍ଶ ଥାନା ପକ୍ଷରୁ ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ ବେଳେ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଲଣ୍ଡରେଜୁ ଗାଁର ବିକାଶ ବେହେରା। ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରରେ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍ ଚାଳକ ଦାମିଗାଁ ରାସ୍ତାରେ ଯାଉଥିବା ବେଳେ ପୁଲିସ୍ ସନ୍ଦେହରେ ତଦନ୍ତ କରିଥିଲା । ତଦନ୍ତ ବେଳେ ତାଙ୍କ ଠାରୁ ୨୮କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହିତ ଏକ ଦୁଇ ଚକିଆ ଗାଡ଼ି ମଧ୍ୟ ଜବତ କରିଛି ।
Popular Categories



