www.samajalive.in
Friday, December 5, 2025
23.1 C
Bhubaneswar

ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲା ଅବକାରୀ ବିଭାଗ ପାଟ୍ରୋଲିଂ ସମୟରେ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ରବିବାର ଭୋର୍ ସମୟରେ ଅବକାରୀ ମୋବାଇଲ ଟିମ୍ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ଏମଭି ୩୫ ଗ୍ରାମ ନିକଟରେ ଗୋଟିଏ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖି ମୋବାଇଲ ଟିମ୍ ପକ୍ଷରୁ ଅଟୋଟିକୁ ଅଟକାଇଥିଲେ। ଅଟୋ ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ର‌ହିଥିଲା। ଅବକାରୀ ବିଭାଗକୁ ଚକ୍‌ମା ଦେବାପାଇଁ ଏକ ଅଭିନବ ଢଙ୍ଗରେ ଏହି ସମସ୍ତ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଚାଲାଣକାରୀ ଅଟୋ ଭିତରେ ଏକ ସିଲିଂ ତିଆରି କରି ଏହି ଗଞ୍ଜେଇଗୁଡ଼ିକ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସବୁ ପଦ୍ଧତି ଅବକାରୀ ମୋବାଇଲ ଟିମ୍ ଆଗରେ ଫେଲ ମାରିଥିଲା। ଶେଷରେ ଅବକାରୀ ଟିମ୍ ହାତରେ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ଜଣକ ମାଥିଲି ଥାନା ଅନ୍ତର୍ଗତ ସିନ୍ଦାବେଡ଼ା ଗ୍ରାମର ସମ୍ପଦ ପ୍ରେମା ବୋଲି ଜଣାପଡିଛି। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଏହି ଘଟଣାରେ ଗୋଟିଏ ଅଟୋ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ସମୟରେ ଏଏସଆଇ ଆଶିଷ କୁମାର ନାୟକଙ୍କ ସହିତ ଅକ୍ଷୟ ଜେନା, ଜ୍ଞାନ ରଞ୍ଜନ ସାହୁ, ପ୍ରଦୀପ ଖରା, ପାଣ୍ଡବ ଟୁଡୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories