ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ପୁଲିସ ହାତରେ ଧରାପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ। ସେମାନଙ୍କ ଦ୍ୱାରା ବ୍ୟବହୃତ କାରରୁ ୧୪୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।
କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସଡିପିଓଙ୍କ ନିର୍ଦେଶରେ ପାପଡାହାଣ୍ଡି ଥାନା ଅଧିକାରୀ ସୁବେନ୍ଧୁ ଶବରଙ୍କ ତତ୍ବାବଧାନରେ ଏକ ଟିମ୍ ମଇଦଲପୁର ଫାଣ୍ଡି ଅନ୍ତର୍ଗତ ସେମଳା ଗ୍ରାମ ନିକଟରେ ଜଗି ରହିଥିଲେ। କୋଷଗୁମୁଡ଼ା ଆଡୁ ଏକ ଟାଟା ମଞ୍ଜା କାର୍ ଦ୍ରୁତ ଗତିରେ କଳାହାଣ୍ଡି ଆଡକୁ ଯାଉଥିବା ବେଳେ ପୁଲିସକୁ ଦେଖି ରାସ୍ତା ବଦଳାଇ ଅନ୍ୟ ରାସ୍ତା ରେ ଚାଲିଯାଉଥିଲା। ତେବେ ପୁଲିସ ଗାଡିକୁ ଅଟକାଇ କାରରେ ଥିବା କୋରାପୁଟ ଅଂଚଳର ୨ ଜଣ ଯୁବକ ମଙ୍ଗରାଜ ଖରା ଏବଂ ରଞ୍ଜନ ହିଆଲରିଯୁଷକୁ କାବୁ କରି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ଆଜି ପାପଡାହାଣ୍ଡି ଅତିରିକ୍ତ ତହସିଲଦାର,ମଧୁସୂଦନ ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି କରିବାରୁ ତାହା ୧୪୨ କେଜି ବୋଲି ଜଣାପଡ଼ିଛି। ୨ ଅଭିଯୁକ୍ତଙ୍କୁ କୁ କୋର୍ଟ ଚାଲାଣ କରାଯାଇଛି।
କାର ସହ ୧୪୨ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ
Popular Categories



