ବଲାଙ୍ଗୀର: ବଲାଙ୍ଗୀର ଆରଟିଓ ଅଫିସ ଛକ ଠାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ଠାରୁ ସମ୍ବଲପୁରକୁ ଏକ ହାଇୱା ଗାଡ଼ିରେ ବେଆଇନ ଚାଲାଣ ହେଉଥିବା ବେଳେ ଶୁକ୍ରବାର ରାତିରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ଶନିବାର ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲସି ଗଞ୍ଜେଇ ଓଜନ କରି ଜବତ କରିଛି। ଗାଡି ଚାଳକ ନିରଞ୍ଜନ ପ୍ରଧାନକୁ ପୁଲିସ ଗିରଫ କରିଛି। ତେବେ ଏତେ ପରିମାଣର ଗଞ୍ଜେଇ କିଏ ଚାଲଣ କରୁଥିଲା ଏବଂ କୁଆଡେ ଯାଉଥିଲା ତାହା ସ୍ପଷ୍ଟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକ ସୂଚନା ପାଇଁ ପୁଲିସ ଛାନଭିନ୍ ଚଳାଇଛି।
Popular Categories



