ପାଟଣା : ଗରିବ ଲୋକଙ୍କ ଆଶ୍ରା ଏବେ ରାସନ୍ କାର୍ଡ । ଏହା ଦ୍ଵାରା ସେମାନେ ଚାଉଳ ପାଇବା ସହ କଷ୍ଟେମଷ୍ଟେ ବଞ୍ଚି ଯାଉଛନ୍ତି। ତେବେ ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତର ପୁରୁଣିଆ ଗ୍ରାମର ଗରିବ ଗଣନାଥ ମହାନ୍ତ ଏବେ ଏହି କାର୍ଡ ପାଇବାକୁ ନାନା ହଇରାଣ ହେଉଛନ୍ତି। ସରପଞ୍ଚଠାରୁ ଆରମ୍ଭ କରି ନେତା ମାନେ ତାଙ୍କୁ କାର୍ଡ ମିଳିବ କହି ୫ ବର୍ଷ ହେବ ଦୌଡ଼ାଇ ଖର୍ଚ୍ଚାନ୍ତ କଲେଣି । ତଥାପି ତାଙ୍କୁ ରାସନ କାର୍ଡ ମିଳିପାରୁ ନାହିଁ। ବ୍ଲକ ଅଫିସ କର୍ତ୍ତୃପକ୍ଷ ସବୁ ଜାଣି ମଧ୍ୟ ତାଙ୍କୁ କିଛି ସାହାଯ୍ୟ କରୁନାହାନ୍ତି। ଗଣନାଥଙ୍କୁ ତୁରନ୍ତ ରାସନ୍ କାର୍ଡ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
Popular Categories



