www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ଇତିହାସ ରଚିଲା ଭାରତ – ଗଗନଯାନ ଟିଭି-ଡି୧ର ପରୀକ୍ଷାମୂଳକ ଉତ୍‌କ୍ଷେପଣ ସଫଳ

ଡେସ୍କ: ଗଗନଯାନର ଟିଭି-ଡି୧ର ପରୀକ୍ଷାମୂଳକ ଉତ୍‌କ୍ଷେପଣ ସଫଳ। ପ୍ରଥମ ପରୀକ୍ଷାମୂଳକ ପରୀକ୍ଷଣ କିଛି ସମୟ ପାଇଁ ସ୍ଥଗିତ ରଖିବା ପରେ ଶ୍ରୀହରିକୋଟାରୁ ସଫଳ ଭାବେ ଉତ୍‌କ୍ଷେପଣ କରାଯାଇଥିବା ଇସ୍ରୋ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି।


ଅକ୍ଟୋବର ୨୧ ତାରିଖ ସକାଳ ୮ ସମୟରେ ଏହାର ଉତ୍‌କ୍ଷେପଣ ହେବାର ଥିଲା। ମାତ୍ର ଇଂଜିନ୍‌ରେ ଅଟୋମେଟିକ୍‌ ଇଗ୍ନିସନ୍‌ରେ ତ୍ରୁଟି ଯୋଗୁଁ ଗଗନଯାନର ଟିଭି-ଡି୧ର ପରୀକ୍ଷାମୂଳକ ଉଡାଣ ସ୍ଥଗିତ ରଖାଯାଇଥିଲା। ପରେ ଏହି ତ୍ରୁଟିକୁ ସୁଧାରିବା ପରେ ଦିନ ୧୦ଟା ସମୟରେ ଏହାର ଉତ୍‌କ୍ଷେପଣ ସଫଳ ହୋଇଥିବା ସୂଚନା ଦିଆଯାଇଛି। ଏବେ ଅନ୍ତରୀକ୍ଷ ଦିଗରେ ଗତି କରୁଛି ଗଗନଯାନର ଟିଭି-ଡି୧। ଏଥିରେ ଏକ ରୋବୋଟିକ୍‌ କ୍ରୁ ମଡେଲ୍‌ ରହିଛି। ପ୍ରଥମେ ସକାଳ ୮ଟା ପରେ ୮ଟା ୪୫ ପାଇଁ ଉତ୍‌କ୍ଷେପଣର ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଇଂଜିନରେ ତ୍ରୁଟି ଦେଖାଯିବାରୁ ଦିନ ୧୦ରେ ଏହି ତ୍ରୁଟିକୁ ସୁଧାରିବା ପରେ ଉତ୍‌କ୍ଷେପଣ କରାଯାଇଛି।

- Advertisement -

ଇସ୍ରୋ ପକ୍ଷରୁ ଟେଷ୍ଟ ଭେହିକିଲ୍‌ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା କଥା କୁହାଯାଇଛି। ମାତ୍ର ଇଂଜିନ ଠିକ୍‌ ଭାବେ ଷ୍ଟାର୍ଟ ହୋଇ ନଥିବା କଥା ଟ୍ୱିଟର-ଏକ୍ସରେ ସୂଚନା ଦିଆଯାଇଛି। ଆସନ୍ତା ବର୍ଷ ପୁଣି ଥରେ ଟେଷ୍ଟ ଭେହିକିଲ୍‌ ପ୍ରେରଣ କରାଯିବ। ଏଥିରେ ହ୍ୟୁମାନଏଡ୍‌ ରୋବଟ ବୋମ୍ୟମିତ୍ରକୁ ପ୍ରେରଣ କରାଯିବ। ଏଥିରେ କୌଣସି ଅସୁବିଧା ହେଲେ ମହାକାଶଚାରୀଙ୍କୁ କିପରି ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଅଣାଯିବ ତାହାର ବ୍ୟବସ୍ଥା କରାଯାଇଛି। ୨୦୨୫ରେ ପୃଥିବୀଠାରୁ ୪୦୦ କିଲୋମିଟର ଦୂର ମହାକାଶକୁ ମାନବ ପ୍ରେରଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

ପ୍ରଥମ ପରୀକ୍ଷଣରେ ଶନିବାରରେ ପରୀକ୍ଷଣ ପରେ ଶ୍ରୀହରିକୋଟାରୁ ୧୦ କିଲୋମିଟର ଦୂର ସମୁଦ୍ରରେ ଏହାର ଅବତରଣ କରାଯିବ। ପରେ ଭାରତୀୟ ନୌସେନା ଏହାକୁ ଇସ୍ରୋକୁ ହସ୍ତାନ୍ତର କରିବ । ପାରାଚ୍ୟୁଟ୍‌ ମାଧ୍ୟମରେ ଏହାକ ସୁଦ୍ରରେ ଅବତରଣ କରାଯିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories