www.samajalive.in
Saturday, December 6, 2025
19.1 C
Bhubaneswar

ଧର୍ମଶାଳା ମିଡିଆ କ୍ଲବର ଶୁଭାରମ୍ଭ, ସୁନାମୁହିଁ ଠାକୁରାଣୀ ପୀଠରେ ଚାରା ରୋପଣ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଅଞ୍ଚଳର ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଥିବା ‘ଧର୍ମଶାଳା ମିଡିଆ କ୍ଲବ’ର ଆଜି ବାହୁଡା ନବମୀ ଅବସରରେ ଆରମ୍ଭ ହୋଇଛି। ଏହି ଅବସରରେ ଆମନ୍ତ୍ରୀତ ଅତିଥିମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇ ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ମଧୁପୁରଗଡ ପଞ୍ଚାୟତର ସୁନାମୁହିଁ ଠାକୁରାଣି ପୀଠରେ ୫୦ରୁ ଅଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ପ୍ରାରମ୍ଭରେ ଠାକୁରାଣି ପୀଠରେ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କରୋନା କଟକଣା ଭିତରେ ଆୟୋଜିତ ନିରାଡମ୍ବର ସଭାରେ ସମ୍ପାଦକ ଆନନ୍ଦ ମହାରଣାଙ୍କ ପ୍ରାରମ୍ଭିକ ସୂଚନା ପରେ କ୍ଲବର ସଭାପତି ବିମଳ ପତି ସଭାପତିତ୍ୱ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ପରିବେଶବିତ ଶ୍ରୀନିବାସ ଜେନା, ବନପାଳ ମହମ୍ମଦ ସାକିର ହୁସେନ, ୧୨ନଂ ଜୋନ ଜିଲା ପରିଷଦ ସଦସ୍ୟା ପ୍ରଣତି ଲେଙ୍କା, କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନିହାର ରଞ୍ଜନ କର ଅତିଥି ଭାବରେ ପଦାର୍ପଣ କରି କ୍ଲବର ସଦସ୍ୟ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ପ୍ରାକୃତିକ ଜଙ୍ଗଲର ସୁରକ୍ଷା କରାଯିବା ସହିତ ନୂତନ ଜଙ୍ଗଲ କିପରି ସୃଷ୍ଟି ହୋଇ ପାରିବ ସେଥିପ୍ରତି ଯତ୍ନବାନ ହେବା ପାଇଁ ଆଜିର ଯୁବ ସମାଜକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

 

- Advertisement -

ପଡିଆ ଜାଗାରେ ଚାରାରୋପଣ କରିବା ସହିତ ତାର ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ରୋପଣ କରାଯାଇଥିବା ଚାରାର ସୁରକ୍ଷା ଦିଗରେ ଚେଷ୍ଠା କରାଯିବ ବୋଲି ବନପାଳ ପ୍ରତିଶୃତି ଦେଇଥିଲେ। ଦୀର୍ଘ ଆଠ ମାସ ପୂର୍ବରୁ ଗଠନ କରାଯାଇ ନିଜର ସାମାଜିକ କାର୍ଯ୍ୟକଳାପ ଜାରି ରଖିଥିବା ଏହି କ୍ଲବ ଆଜି ଆନୁଷ୍ଠାନିକ ଭାବରେ ଘୋଷିତ ହେବା ପରେ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇ ବୃକ୍ଷ ରୋପଣ କରି ପାରିଥିବାରୁ ଉପ ସଭାପତି ବସନ୍ତ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ଶସିକାନ୍ତ ରାଉତ କ୍ଲବର ସଭାପତି ତଥା ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଥିଲେ। ସାମାଜିକ ଗଣମାଧ୍ୟମ ସଂଯୋଜକ ସୁଶାନ୍ତ କୁମାର ସାହୁ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ସହ ସମ୍ପାଦକ ଦିଲଦାର ଚାନ୍ଦ, କୋଷାଧ୍ୟକ୍ଷ ସେକ ଆଲାଉଦ୍ଦିନ, ଅୟଶକାନ୍ତ ରାଉତ, ଦୀପକ ଦାସ, ସୁଶାନ୍ତ କୁମାର ଗୋଚ୍ଛାୟତ, ସୁସାନ୍ତ ନାୟକ, ଅଶୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଚିନ୍ମୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories