www.samajalive.in
Wednesday, December 10, 2025
18.1 C
Bhubaneswar

ଗଦାଧରପୁରରେ ଗିରିପୂଜା ଓ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ

ତିଗିରିଆ :  ତିଗିରିଆ ବ୍ଲକ ଗଦାଧରପୁରରେ ଆଲୋକର ପର୍ବ ଦ୍ୱୀପାବଳିଠାରୁ ଆରମ୍ଭ ହୋଇଥିବା ୪ଦିନିଆ ଗିରିଗୋବର୍ଦ୍ଧନ ପୂଜା ଉତ୍ସବ ସହିତ ସାମୁହିକ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ପଡ଼ୋଶୀ ମାନପୁର ଗ୍ରାମର କପିଳେଶ୍ୱର ମହାଦେବ, ଗଦାଧରପୁରର ଶ୍ରୀ ରଘୁନାଥ ଜୀଉ ଏବଂ ଭଗବତ ଗୋସ୍ୱାମୀ (ବୃନ୍ଦାବନ ଚନ୍ଦ୍ର)ଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ ହୋଇ ବହୁରୂପୀ ସାଙ୍ଗକୁ ନଦୀୟା କୀର୍ତ୍ତନ ଗହଣରେ ନଗର ପରିକ୍ରମଣ କରି ନିଜ ନିଜ ବିଜେସ୍ଥଳୀକୁ ବାହୁଡ଼ିବା ପରେ ଶୁକ୍ରବାର ୮ଗୋଟି ସାହିର ପୂଜା ମଣ୍ଡପରେ ହୋଇଥିବା ମୃଣ୍ମୟ ପ୍ରତିମାଙ୍କ ସାମୁହିକ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ଗ୍ରାମ୍ୟ ପରିଚାଳନା କମିଟିର ନିଷ୍ପତି ମୁତାବକ ନିର୍ଦ୍ଧାରିତ ସମୟ ସୂଚୀରେ ଗିରିଗୋବର୍ଦ୍ଧନ ଯାତ୍ରା ପଡ଼ିଆରେ ଗ୍ରାମର ୮ଗୋଟି ପୂଜା ମଣ୍ଡପର ମୃଣ୍ମୟ ପ୍ରତିମା ଏକାଠି ହେବା ପରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଗ୍ରାମର ସମସ୍ତ ସାହି ପରିକ୍ରମା କରି ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା । ଏହି ପୂଜା ଉତ୍ସବ ସହିତ ଭସାଣି ଉତ୍ସବରେ ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସବ୍ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ ଏବଂ ଥାନା ପୁଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଧନେଶ୍ୱର ସ୍ୱାଇଁଙ୍କ ସହିତ ସମସ୍ତ ସଦସ୍ୟ, ୮ଗୋଟି ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଗିରିପୂଜା ଅବସରରେ ଗ୍ରାମ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ତିଗିରିଆ ବ୍ଲକର ୪ଜଣ ସାମ୍ବାଦିକ ସାନ୍ତନୁ ଖଟୁଆ, ଚନ୍ଦ୍ରଶେଖର ମିଶ୍ର, ରାଜକିଶୋର ବେହେରା ଏବଂ ଜାଫ‘ର ଖାଁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories