www.samajalive.in
Thursday, December 11, 2025
26.1 C
Bhubaneswar

ତାମିଲନାଡୁରେ ଆଦିବାସୀ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର:କାମ କରିବାକୁ ତାମିଲନାଡୁ ଯାଇଥିବା ଜଣେ ଆଦିବାସୀ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ବୁରାତାଲ ପଞ୍ଚାୟତ ଦୁର୍ଗମ ମୁଣ୍ଡେଇସିଙ୍ଗି ଗ୍ରାମର ପରଛିଆ ଭୁୟାଁ (୩୦) ବୋଲି ଜଣାପଡ଼ିଛି। ଗତ କିଛିଦିନ ପୂର୍ବେ କିଛି ସାଙ୍ଗଙ୍କ ସହିତ ତାମିଲନାଡ଼ୁର ଯାଇ ସାଙ୍କରୀର ନାଗଚିତିପଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତକାଲି କାମରୁ ଫେରିବା ପରେ ରାତିରେ ଶୋଇବାକୁ ଯାଇଥିଲେ କିନ୍ତୁ ସକାଳୁ ସେ ଉଠି ନଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ପୁଲିସ୍ ଖବର ଦେଇଥିଲେ। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବ୍ୟବଚ୍ଛେଦ ପରେ ଶବ ଗ୍ରାମକୁ ଆସିବ ବୋଲି ଜଣାପଡିଛି। ଯୁବକଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories