ଜି.ଉଦୟଗିରି: ଚଳିତ ମାସ ୨୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଫୁଲବାଣୀ ଆସିଥିବା ବେଳେ ଜି.ଉଦୟଗିରିଠାରେ ୪୦.୫୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୩୨/୩୩ କେଭି ଶକ୍ତି ସମ୍ପର୍ଣ୍ଣ ସବ୍ ଷ୍ଟେସନକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଫଳରେ ବିଦ୍ୟୁତ ସରବରାହର ଲୁଚକାଳି ଖେଳ ବନ୍ଦ ହେବା ସହ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ ଓ ଅନଲାଇନ ସେବା ଆଉ ବାଧାପ୍ରାପ୍ତ ହେବନାହିଁ। ଏଥି ସହ ଏନଏସି ପକ୍ଷରୁ ଏବଂ ସାଂସଦ ପାଣ୍ଠିରୁ ପ୍ରଦତ୍ତ ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ଯଦ୍ବାରା କି ଉପଖଣ୍ଡ ବିଦ୍ୟୁତ ଉପଭୋକ୍ତା ମହଲରେ ଖୁସିର ଲହରୀ ଖେଳିଯାଇଛି।
Popular Categories



