www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ନେଇ କଂଗ୍ରେସର ଗଣଧାରଣା

କଲମପୁର :  କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ସ୍ୱାସ୍ଥ୍ୟ ସେବାର ଏକ ଅପହଞ୍ଚ ଇଲାକା । କଲମପୁର ବ୍ଲକର ୬୦ ହଜାରରୁ ଅଧିକ ଲୋକଙ୍କ ସମେତ ଥୁଆମୁଳ ରାମପୁର, ଜୟପାଟଣା ଏବଂ ଜୁନାଗଡ ବ୍ଲକର ପ୍ରାୟ ୨୦ ହଜାର ଲୋକ ସ୍ୱାସ୍ଥ୍ୟ ସେବା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରି ଆସୁଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତି ସାରିଥିଲେ ମଧ୍ୟ ଅଦ୍ୟାବଧି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର  ଭିତିଭୂମି ସୁଦୃଢ ହେଇ ପାରିନାହିଁ । ଏପରିକି ଆବଶ୍ୟକ ବିଶେଷଜ୍ଞ ପଦବୀ ଅଭାବ କାରଣରୁ ଅନେକ ଲୋକ ଖର୍ଚ୍ଚାନ୍ତ ହେଇ କିଏ ଜୁନାଗଡ ତ, କିଏ ଧର୍ମଗଡ ପୁଣି କିଏ ଭବାନିପାଟଣା ଉପରେ ନିର୍ଭର କରୁଛନ୍ତି । ତେଣୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ ପାଇଁ ଦାବୀ କରିଛି କଂଗ୍ରେସ। ଏହାସହ ମାତ୍ର ୧୨ ଗୋଟି ଶଯ୍ୟା ଥିବାରୁ ଅନେକ ସମୟରେ ରୋଗୀ ତଳେ ଶୋଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଶଯ୍ୟା ସଂଖ୍ୟା ୧୨ରୁ ୩୨ କରିବା ପାଇଁ ଦାବୀ କରାଯାଇଛି।

ସେହିଭଳି ଡାକ୍ତର ଶୂନ୍ୟ ବନ୍ଧକନା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଡାକ୍ତର ଯୋଗାଇ ଦେବା ସହ ବଡକୁଟୃ ହୋମିଓପ୍ୟାଥି, ମଣ୍ଡଳ ଆୟୁର୍ବେଦ ଡାକ୍ତରଖାନାରେ ଡାକ୍ତର ପଦବୀ ଯୋଗାଇ ଦେବା ସହ ମିନଗୁର ଠାରେ ଏକ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଦାବୀ କରାଯାଇଛି । କଲମପୁର ଏକ ବ୍ଲକ ମୁଖ୍ୟାଳୟ ହେଇଥିଲେ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ କୌଣସି ଅପମୃତ୍ୟୁର ଶିକାର ହେଇଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାଧ୍ୟ ହେଉଛନ୍ତି । ଯାହାଦ୍ୱାରା ମୃତକର ପରିବାର ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ କଲମପୁର ଠାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଯୋଗାଇବା ପାଇଁ ଦାବୀ କରାଯାଇଛି। ଅନ୍ୟପଟେ ରୋଗ ନିରୁପଣ ପାଇଁ ବହୁ ବୈଦ୍ୟୁତିକ ସରଞ୍ଜାମ ରହିଛି ବିଭିନ୍ନ କିନ୍ତୁ ପରିତାପର ବିଷୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ଫେଜ ବିଦ୍ୟୁତ୍ ସଂଯୋଗନଥିବାରୁ ଏହି ସରଞ୍ଜାମ ଅବ୍ୟବହୃତ ହେଇ ପଡି ରହିଛି । ଯେଉଁଥିରୁ ରୋଗୀ ବଞ୍ଚିତ ହେଇ ଅଧିକ ଖର୍ଚ୍ଚାନ୍ତ ହୋଇ ଜୁନାଗଡ, ଭାବନିପାଟଣା ଯାଇ ଅଧିକ ଖର୍ଚ୍ଚାନ୍ତ ହେଇ ପରୀକ୍ଷା କରାଉଛନ୍ତି । ତେଣୁ ତୁରନ୍ତ ୩ ଫେଜ ବିଦ୍ୟୁତ୍ ବ୍ୟବସ୍ଥା ଯୋଗାଇବା ପାଇଁ ଦାବୀ କରାଯାଇଛି। ଏସମସ୍ତ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ, ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ କଲମପୁର କଂଗ୍ରେସ ତରଫରୁ ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ, ପବିତ୍ର ବାଗ, ଗଣେଷ ନାଗ, ଜଗନ୍ନାଥ ନାଏକ,ପଦ୍ମ ଲୋଚନ ନାଏକ ଉପାଧ୍ୟକ୍ଷ ଦୁଖିରାମ ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଗଣ ଧାରଣା ଦିଆଯାଇଛି । କେହି ପ୍ରଶାସନିକ ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏହି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ସୁଚନା ଦେଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories