www.samajalive.in
Monday, December 8, 2025
13.1 C
Bhubaneswar

ତ୍ୱଚା ପାଇଁ ଲାଭଦାୟକ ଏହି ୨ଫଳ

କର୍ମବ୍ୟସ୍ତତା କାରଣରୁ ନିଜ ତ୍ୱଚାର ଯତ୍ନ ନେବା ପାଇଁ କଷ୍ଟସାଧ୍ୟ ହୋଇପଡ଼େ। ମାତ୍ର ସର୍ବଦା ସୁନ୍ଦର ଓ କୋମଳ ତ୍ୱଚା ପାଇଁ ଆମର ଇଚ୍ଛା ଥାଏ। ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ସଭିଏଁ ବ୍ୟବହାର କରିଥାଆନ୍ତି। ଏପରି କିଛି ଫଳ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ସେଭଳି କେତେକ ଫଳ ବିଷୟରେ ଜାଣନ୍ତୁ….
ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡରେ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ପେଷ୍ଟଟି ମୁହଁରେ ଶୁଖିଗଲା ପରେ  ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଅଧା ଚାମଚ ଅମୃତଭଣ୍ଡା ରସରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ତ୍ୱଚାରେ ପ୍ରଲୋପ କରନ୍ତୁ। ୧୫-୨୦ ମିନିଟ ପରେ ନଖ ଉଷୁମ ପାଣିକୁ ହାତରେ ନେଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରଲେପଟି ଛାଡିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ। ବ୍ୟବହାର କରନ୍ତୁ ଫରକ ଜାଣିପାରିବେ।
ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର  କରିବା ସହ ମୁହଁରୁ ଭାଙ୍ଗ ଓ ଦାଗ ଦୂର କରିଥାଏ।
କଞ୍ଚା ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଚାରି କଡରେ ଳଗାଇ ୧୦ ମିନିଟ ଛାଡି ଦିଅନ୍ତୁ। ପରେ ପାପୁଲିରେ ଧୀରେ ଧୀରେ ଘସି ଉଷୁମ ପାଣିରେ ଏକ ତୁଳାକୁ ଭିଜାଇ, ସେଥିରେ ସଫା କରି ପୋଛି ଦିଅନ୍ତୁ।
ଏକ କପ ପାଚିଲା ଅମୃତଭଣ୍ଡାର ପେଷ୍ଟ ନିଅନ୍ତୁ, ସେଥିରେ ଏକ ଚାମଚ ମହୁ ଓ ହଳଦୀ ଗୁଣ୍ଡ ମିଶାଇ ଏକ ପ୍ରଲେପ କରି ମୁହଁରେ ଲଗାଇ ୨୦-୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଶୁଖିଗଲା ପରେ ଉଷୁମ ପାଣିରେ ଘସି କାଢି ଦିଅନ୍ତୁ ପରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ।
ମୁହଁରୁ ବ୍ରଣ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡାକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ମାକ୍ସ ଭଳି ଲଗାଇ ୧୫-୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପରେ ଏହାର ଫରକ ଜାଣିପାରିବେ।
କ୍ଷୀରରେ ଆମ୍ବ ରସ ଓ କିଛି ଦଲିଆ , ବାଦାମକୁ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ଡ଼େଡ଼ ସ୍କିନ୍‍ ସମସ୍ୟା ଦୂର ହୋଇଥାଏ। ମୁହଁ କୋମଳ ହୋଇଥାଏ।
ଆମ୍ବ ରସ ଓ ମହୁକୁ ମିଶାଇ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହାକୁ ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇଲେ ମୁହଁ ଗୋରା ଓ ଚିକ୍କଣ ହୋଇଥାଏ।
ବେସନ, ମହୁ ଓ ଆମ୍ବ ରସକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଖୁବ ଉଜ୍ୱଳ ଓ ମୁହଁର ଦାଗ ଦୂର ହୋଇଥାଏ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories