www.samajalive.in
Saturday, December 6, 2025
19.1 C
Bhubaneswar

ବ୍ଲାକ୍ ଆଉଟରୁ ବେଞ୍ଚମାର୍କ ପର୍ଯ୍ୟନ୍ତ: ଓଡ଼ିଶା ବିଦ୍ୟୁତ ବଣ୍ଟନରେ ପରିବର୍ତ୍ତନ

ବିଦ୍ୟୁତ ବଣ୍ଟନରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ – ସେବାର ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ବିଦ୍ୟୁତ ବଣ୍ଟନ ସଂସ୍ଥାଗୁଡ଼ିକର ଆର୍ଥିକ ଅବସ୍ଥାକୁ ସଫଳ ଭାବେ ଉନ୍ନତ କରିବାରେ ସକ୍ଷମ।

ଏହି ପରିବର୍ତ୍ତନର ସବୁଠାରୁ ଆକର୍ଷଣୀୟ ଉଦାହରଣ ହେଉଛି ଓଡ଼ିଶା ମଡେଲ, ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ସଂସ୍କାର ପାଇଁ ଏକ ବେଞ୍ଚମାର୍କ ଭାବେ ଉଭା ହୋଇଛି।

- Advertisement -

କେବଳ ପରିଚାଳନାର ସ୍କେଲ ହିଁ ଓଡ଼ିଶାର ପରିବର୍ତ୍ତନକୁ ଏକ ଉଲ୍ଲେଖନୀୟ ସଫଳତା ଦେଇଛି। ରାଜ୍ୟର ବିଦ୍ୟୁତ ବଣ୍ଟନ ନେଟୱାର୍କ ଚାରୋଟି ଡିସକମ ଜରିଆରେ ୯୭.୪ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇଥାଏ ଏବଂ ୧,୫୫,୭୦୭ ବର୍ଗ କିଲୋମିଟର ଭୌଗୋଳିକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥାଏ। ଏହା ଭାରତର ମୋଟ ଭୌଗୋଳିକ ଅଞ୍ଚଳର ପ୍ରାୟ ୪.୭୪%।

ଅଧିକାଂଶ ବିଦ୍ୟୁତ ବଣ୍ଟନରେ ଘରୋଇ ଅଂଶଗ୍ରହଣ ସହରାଞ୍ଚଳରେ କେନ୍ଦ୍ରୀଭୂତ ରହିଥିବା ବେଳେ, ଓଡ଼ିଶା ଏହାର ଗ୍ରାମାଞ୍ଚଳକୁ ସଂସ୍କାରର ବିସ୍ତାର କରିବାକୁ ବାଛିଛି।

ଏକ ପ୍ରମାଣିତ ଟ୍ରାକ ରେକର୍ଡ ଏବଂ ଚ୍ୟାଲେଞ୍ଜିଂ ଭୌଗୋଳିକ ଅଞ୍ଚଳରେ ସେବା ଯୋଗାଇବାର କ୍ଷମତା ଥିବା ଅଂଶୀଦାରଙ୍କୁ ଆଣିବାର ନିଷ୍ପତ୍ତି ଫଳପ୍ରଦ ହୋଇଛି। ଆଜି ସମଗ୍ର ରାଜ୍ୟ— ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଉନ୍ନତ ନିର୍ଭରଯୋଗ୍ୟତା, ଦକ୍ଷତା ଏବଂ ସେବା ଯୋଗୁଁ ଉପକୃତ ହେଉଛି।

ଏହା ଓଡ଼ିଶାର ପ୍ରଥମ ପ୍ରୟାସ ନଥିଲା। ପୂର୍ବରୁ କ୍ଷେତ୍ରଟିକୁ ଘରୋଇକରଣ କରିବାର ପ୍ରୟାସ ଆଶାନୁଯାୟୀ ଫଳ ଦେଇ ନଥିଲା। କିନ୍ତୁ ଓଡ଼ିଶା ସଂସ୍କାର ରାସ୍ତାରେ ଅଟଳ ରହିଲା, ଅଭିଜ୍ଞତାରୁ ଶିଖିଲା ଏବଂ ଉତ୍ତରଦାୟିତ୍ୱ, କାର୍ଯ୍ୟଦକ୍ଷତା ଏବଂ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଉଥିବା ଏକ ପଥ ବାଛିଲା।

ଫଳସ୍ୱରୂପ, ଏକ ଅଂଶୀଦାରୀ ମଡେଲ ସୃଷ୍ଟି ହୋଇଛି, ଯାହା ଦକ୍ଷତା ଏବଂ ସମାନତା ଉଭୟ ପ୍ରଦାନ କରିଛି।

୨୦୨୦ରେ, ରାଜ୍ୟର ବିଦ୍ୟୁତ ବଣ୍ଟନ କ୍ଷେତ୍ରକୁ ପୂନର୍ଜୀବିତ କରିବା ପାଇଁ ଏକ ପ୍ରମୁଖ ସାର୍ବଜନୀନ-ଘରୋଇ ଅଂଶୀଦାରୀ ଆରମ୍ଭ ହୋଇଥିଲା। ମୁମ୍ବାଇ ଓ ଦିଲ୍ଲୀରେ ସଫଳ ଡିସକମ ପରିଚାଳନା ପାଇଁ ପରିଚିତ ଟାଟା ପାୱାରକୁ ଏହି ଦାୟିତ୍ବ ଦିଆଯାଇଥିଲା।

ସେ ସମୟରେ ରାଜ୍ୟର ବିଦ୍ୟୁତ ବିତରଣ କ୍ଷେତ୍ର ସଂଘର୍ଷ ଦେଇ ଗତି କରୁଥିଲା। ଚାରୋଟି ସରକାରୀ ଡିସକମ—ସେସୁ, ନେସ୍କୋ, ୱେସ୍କୋ ଏବଂ ସାଉଥକୋ—ଉଚ୍ଚ ଏଟି ଆଣ୍ଡ୍ ସି କ୍ଷତି, ପୁରୁଣା ଭିତ୍ତିଭୂମି, ବାଧା ପ୍ରାପ୍ତ ବିଦ୍ୟୁତ ସରବରାହ ଏବଂ ଗ୍ରାହକଙ୍କ ଅସନ୍ତୋଷ ଭିତରେ ଗତି କରୁଥିଲା।

ପୂର୍ବରୁ ଘରୋଇକରଣର ପ୍ରୟାସ ବିଫଳ ହୋଇଥିଲା, ଏବଂ ଶକ୍ତିକ୍ଷେତ୍ରର ଜରୁରୀ ସଂସ୍କାରର ଆବଶ୍ୟକତା ଥିଲା।

୨୦୨୦ ଓ ୨୦୨୧ ମଧ୍ୟରେ, ଅଂଶୀଦାରୀ ଜରିଆରେ ଚାରୋଟି ନୂଆ ସଂସ୍ଥା ଗଠନ ହୋଇଥିଲା: ମଧ୍ୟ ଓଡ଼ିଶା ପାଇଁ ଟିପିସିଓଡିଏଲ୍, ଦକ୍ଷିଣ ଓଡ଼ିଶା ପାଇଁ ଟିପିଏସ୍ଓଡିଏଲ୍, ପଶ୍ଚିମ ଓଡ଼ିଶା ପାଇଁ ଟିପିଡବ୍ଲୁଡିଏଲ୍, ଏବଂ ଉତ୍ତର ଓଡ଼ିଶା ପାଇଁ ଟିପିଏନ୍ଓଡିଏଲ୍।

ପରିବର୍ତ୍ତନରୁ ପ୍ରଗତି

ପରିବର୍ତ୍ତନ ଆଣିବା ପାଇଁ, ଏକ ବ୍ୟାପକ ପରିବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରିଚାଳନା ଶ୍ରେଷ୍ଠତ୍ୱ, ଡିଜିଟାଲ ନବୋନ୍ମେଷ, ଏବଂ କର୍ମଚାରୀ ବିକାଶ ଉପରେ କେନ୍ଦ୍ରିତ ୧୦-ମଡ୍ୟୁଲ ରଣନୀତି ଅନ୍ତର୍ଭୁକ୍ତ କରିଥିଲା।

ପୂର୍ବରୁ ଥିବା କର୍ମଚାରୀଙ୍କୁ ପୁନଃପ୍ରଶିକ୍ଷଣ ଦିଆଯାଇଥିଲା, ଏବଂ ଭିତ୍ତିଭୂମି ଓ ବିଦ୍ୟୁତ ସେବା ଉନ୍ନତି ପାଇଁ ପାଞ୍ଚ ବର୍ଷରେ ୬,୦୦୦ କୋଟି ଟଙ୍କାର ଯୋଜନାବଦ୍ଧ ନିବେଶ ପ୍ରତିଶ୍ରୁତି ଦିଆଯାଇଥିଲା।

ସ୍ମାର୍ଟ ଗ୍ରିଡ ପ୍ରଯୁକ୍ତିବିଦ୍ୟା ପ୍ରବର୍ତ୍ତନ କରାଯାଇଥିଲା, ଏବଂ ରାଜ୍ୟବ୍ୟାପୀ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ ମାଧ୍ୟମରେ ଗ୍ରାହକ ସେବାକୁ ଉନ୍ନତ କରାଯାଇଥିଲା।

୨୦୨୫ ଆର୍ଥିକ ବର୍ଷ ସୁଦ୍ଧା, ଓଡ଼ିଶାର ଡିସକମଗୁଡ଼ିକ ଅଧିଗ୍ରହଣ ପରେ ଏଟି ଆଣ୍ଡ୍ ସି କ୍ଷତିକୁ ପ୍ରାୟ ୧୩% ହ୍ରାସ କରିଛନ୍ତି। ୨୦୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ମନ୍ତ୍ରାଳୟଙ୍କଠାରୁ ଏହା ଏ+ ରେଟିଂ ମଧ୍ୟ ପାଇଛି, ଯାହା ଏହାକୁ ଦେଶର ଶୀର୍ଷ ପ୍ରଦର୍ଶନକାରୀ ଉପଯୋଗିତା ସଂସ୍ଥା ମଧ୍ୟରେ ସ୍ଥାନିତ କରିଛି।

ପରିଚାଳନା ମେଟ୍ରିକ ଛଡ଼ା, ଏହି ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରଭାବ ରହିଛି। ଗ୍ରାମାଞ୍ଚଳ, ଆଦିବାସୀ, ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ସେବାର ନିର୍ଭରଯୋଗ୍ୟତା ଉନ୍ନତ ହୋଇଛି।

ଗ୍ରାହକମାନେ ଏବେ ଡିଜିଟାଲ ବିଲିଂ ଏବଂ ଅଭିଯୋଗ ନିରାକରଣ ପ୍ଲାଟଫର୍ମରୁ ଉପକୃତ ହେଉଛନ୍ତି। ସ୍ଥାନୀୟ ଯୁବକମାନେ ଆଞ୍ଚଳିକ ତାଲିମ କେନ୍ଦ୍ର ମାଧ୍ୟମରେ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ପାଇଛନ୍ତି।

ଶକ୍ତି କ୍ଷେତ୍ରରେ ଓଡ଼ିଶାର ବିଦ୍ୟୁତ ପରିଚାଳନା ସାରା ଦେଶରେ ଏକ ମଡେଲ ଭାବରେ ଉଭା ହୋଇଛି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଏବଂ ଓଡ଼ିଶା ସରକାରଙ୍କ ପରାମର୍ଶ ଓ ସହାୟତା ଏହି ଯାତ୍ରା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯାହାଦ୍ବାରା ଡିସକମଗୁଡ଼ିକ ସହରାଞ୍ଚଳ ସହିତ ଦୁର୍ଗମ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳକୁ ରୂପାନ୍ତର କରିବାର ବିଶାଳ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରି ରଖିଛନ୍ତି।

ଓଡ଼ିଶା ମଡେଲର ସଫଳତା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଉଦାହରଣ । ଯାହା ଉତ୍ତରଦାୟିତ୍ୱ ଏବଂ ସମାବେଶୀ ବିକାଶ ଓ ପ୍ରଗତିକୁ ଗୁରୁତ୍ୱ ଦେଇଥାଏ।

 

 

ଡକ୍ଟର କୁଳମଣି ବିଶ୍ଵାଳ, ଊର୍ଜା କ୍ଷେତ୍ରରେ ଜଣେ ବରିଷ୍ଠ ବିଶେଷଜ୍ଞ, ଯାହାଙ୍କୁ କୋଇଲା ଓ ବିଜୁଳି କ୍ଷେତ୍ର ଉପରେ ୪୦ ଦଶକର ଅନୁଭବ ରହିଛି। ସେ ଅନେକ ମହତ୍ବପୂର୍ଣ୍ଣ ପଦପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରିଛନ୍ତି। ଯେପରିକି ଏନଟିପିସି ଲିମିଟେଡରେ ନିର୍ଦ୍ଦେଶକ (ଅର୍ଥ), କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ (ସିଇଆରସି)ରେ ନିର୍ଦେଶକ (ଅର୍ଥ) (କେନ୍ଦ୍ର ସରକାରରେ ଜଏଣ୍ଟ ସେକ୍ରେଟାରୀସ୍ତରରେ) ଏବଂ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ରେ ଜଏଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି।

ଶକ୍ତି, ନିୟାମକ ଓ ଅର୍ଥ କ୍ଷେତ୍ରରେ ବ୍ୟାପକ ଅନୁଭବ ରହିଥିବା ବେଳେ ବର୍ତ୍ତମାନ ସେ ଆଡଭୋକେଓ ଏବଂ ପରାମର୍ଶଦାତା ଭାବେ କାର୍ଯ୍ୟରତ ରହିଛନ୍ତି। ସେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଭଳି ଅନେକ ଉଦ୍ଯୋଗ ସଂଗଠନର ସକ୍ରିୟ ସଦସ୍ୟ ମଧ୍ୟ ଅଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories