www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱାସ ଓ ସହଯୋଗର ମଜବୁତ୍‍ ସ୍ତମ୍ଭ ‘ବନ୍ଧୁତ୍ୱ’

ବନ୍ଧୁତ୍ୱ ଏକ ଶାଶ୍ୱତ ସମ୍ପର୍କ। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ହାତ ଛାଡ଼ି ନଥାଏ ବନ୍ଧୁ। ହେଲେ ବହୁତ ଲୋକ ଏ ସମ୍ପର୍କର ମାଧୁର୍ଯ୍ୟତା ବିଷୟରେ ଅନଭିଜ୍ଞ ଥାଆନ୍ତି। ଏହି ସମ୍ପର୍କର ଗୁଢ ରହସ୍ୟ ଭିତରେ ଯିଏ ପସି ନଥାଏ, ସିଏ ଅବା ଏହାର ମୂଲ୍ୟ ବୁଝିବ କିପରି। ଜୀବନର ଅନ୍ତ ହୋଇପାରେ ହେଲେ ଏ ସମ୍ପର୍କର ଅନ୍ତ ହୋଇ ପାରେନା। ବନ୍ଧୁତ୍ୱର ଏହି ପବିତ୍ର ସମ୍ପର୍କ ଉପରେ ପର୍ଯ୍ୟବସିତ ଏକ ହୃଦୟ ବିଦାରକ କାହାଣୀ –

ଏକ ଯୁଦ୍ଧରେ ଜଣେ ସୈନିକ ନିଜ ଆହତ ବନ୍ଧୁକୁ ଆପଣା କ୍ଷେତ୍ରକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ତାଙ୍କ କ୍ୟାପ୍ଟେନ୍‍ କହିଲେ, “ସେ ଏବେ କୌଣସି କାର୍ଯ୍ୟ ଉପଯୋଗୀ ନୁହେଁ! ତୁମ ବନ୍ଧୁକୁ ମରିବାକୁ ପଡ଼ିବ।” ହେଲେ କ୍ୟାପ୍ଟେନ୍‍ଙ୍କ କଥାରେ କର୍ଣ୍ଣପାତ ନକରି ସୈନିକ ପ୍ରାଣ ପଣେ ଉଦ୍ୟମ କରି ନିଜ ବନ୍ଧୁକୁ ସାଥିରେ ଧରି ଆସିଲେ ସତ ହେଲେ ତାହା ଥିଲା ବନ୍ଧୁର ପାର୍ଥବ ଶରୀର। ସେ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଅନ୍ୟ ଏକ ଦୁନିଆକୁ ଚାଲି ଯାଇଥିଲେ। ବନ୍ଧୁର ମୃତ ଶରୀରକୁ ଦେଖି କ୍ୟାପ୍‍ଟେନ୍‍ କହିଲେ, “ମୁଁ ତୁମକୁ କହିଥିଲି ସେ ଆଉ କାର୍ଯ୍ୟକ୍ଷମ ନୁହେଁ, ସେ ମରି ସାରିଛି।” ସେତେବେଳେ ସେହି ସୈନିକ ଲୋତକ ଭରା ଚକ୍ଷୁରେ କହିଲେ, “ନାଇଁ ସାର୍‍, ଏ ମୋ ପାଇଁ ବହୁତ ମୂଲ୍ୟବାନ୍‍ ……

- Advertisement -

ଯେତେବେଳେ ମୁଁ ତା’ ପାଖରେ ପହଞ୍ଚିଥିଲି, ସେ ମୋତେ ଦେଖିଲା, ମୁରୁକି ହସି ତା’ର ଶେଷ ଶବ୍ଦ ମୋତେ କହିଗଲା, “ମୁଁ ଜାଣିଥିଲି ତୁମେ ନିଶ୍ଚୟ ଆସିବ”……

ଏହା ହେଉଛି ପ୍ରକୃତ ବନ୍ଧୁତ୍ୱ- ଯେଉଁଠି ମରିବାର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବନ୍ଧୁ ଉପରେ ବିଶ୍ୱାସ ଓ ଭରସା ଅତୁଟ ରହିଛି। ବନ୍ଧୁତ୍ୱର ଏପରି ଦିଗ୍‍ଦର୍ଶନ କ୍ୱଚିତ୍‍ ଦେଖିବାକୁ ମିଳେ।

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories