www.samajalive.in
Wednesday, December 10, 2025
18.1 C
Bhubaneswar

ଶୁକ୍ରବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଧାତୁ ଦ୍ରବ୍ୟ ବ୍ୟବସାୟ ଧନାଗମର କାରଣ ହେବ। ମତିଜ୍ଞ ହେବେ। ତ୍ୟାଗଶୀଳ ମନୋବୃତ୍ତିର ହୋଇପାରନ୍ତି। ପାରିବାରିକ ସହାୟତା କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। କର୍ମଚଞ୍ଚଳ ଓ ନିରଳସ ପ୍ରବୃତ୍ତିର ହେବେ।

ବୃଷ- ଶୌର୍ଯ୍ୟଶାଳୀ ହେବେ। କ୍ଲେଶ ସହିଷ୍ଣୁ ହୋଇପାରନ୍ତି। ସୁଖୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଜଣେ ଉତ୍ତମ ଗୃହସ୍ଥ ହେବେ। ସଞ୍ଚିତ ଧନଯୁକ୍ତ ଓ କମନୀୟ ଶରୀରସମ୍ପନ୍ନ ହେବେ।

- Advertisement -

ମିଥୁନ- ଦୁଃଖୀ, ରଙ୍କୀଙ୍କୁ ମୁକ୍ତ ହସ୍ତରେ ଦାନ ଦେଲେ ଭଣ୍ଡାର ଖାଲି ନ ହୋଇ ଅଧିକ ପରିପୂର୍ଣ୍ଣ ହେବ। ସ୍ବାର୍ଥନ୍ବେଷୀ ମିତ୍ରମାନେ ଆପଣଙ୍କ ଭଳି ସୁସଙ୍ଗୀଙ୍କୁ ପରିତ୍ୟାଗ କରି ପଶ୍ଚାତ୍‌ପଦ ହେବେ। ଜ୍ଞାନୀ ହେବେ।

କର୍କଟ- ଆପଣଙ୍କ ପାଇଁ ଆୟର ମାର୍ଗ ଉନ୍ମୁକ୍ତ ରହିଛି। ନାନାବିଧ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସାଧୁଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।

ସିଂହ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପଦପଦବୀଯୁକ୍ତ ହୋଇପାରନ୍ତି। କ୍ଷମାସାଗର ହେବେ। ଦୟାର୍ଦ୍ରଚିତ୍ତସମ୍ପନ୍ନ ହୋଇପାରନ୍ତି। ପାରିବାରିକ ଜୀବନ ସ୍ନେହ, ଶ୍ରଦ୍ଧାପୂର୍ଣ୍ଣ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ।

କନ୍ୟା- ଧନବାନ୍‌ ହେବେ। ମହିଳାଙ୍କ ମନମୋହନକାରୀ ହୋଇପାରନ୍ତି। ଉପକାରୀଙ୍କଠାରେ କୃତଜ୍ଞ ହେବେ। ପାପପରାଙ୍‌ମୁଖ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ସତ୍‌ଧର୍ମ ପରାୟଣ ହେବେ।

ତୁଳା- ସାମୟିକଭାବେ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହେବା ହିଁ ବିପଦ ଟାଳିବାର ପରାକ୍ରମ ହେବ।

ବିଛା- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଓ ସୁଖପ୍ରଦ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବା ସହିତ ମନରେ ଥିବା ଅହଂଭାବ ପ୍ରଶମିତ ହେବ। ରୁଚିକର ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ।

ଧନୁ- ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ଶତ୍ରୁ ପରାଜୟ ସ୍ବୀକାର କରିବାକୁ ବାଧ୍ୟ ହେବେ। ଆପଣଙ୍କ ସାଧୁତା ଗୁଣ ଯୋଗୁଁ ଋଣଦାତା ଆପଣଙ୍କ ବ୍ୟବସାୟରେ ଅଧିକ ଲଗାଣ ପାଇଁ କମ୍‌ ସୁଧରେ ଅଧିକ ଋଣ ଦେବେ।

ମକର- ଉନ୍ନତମାନର ବ୍ୟବସାୟରୁ ଆଶାନୁରୂପ ଲାଭ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ଜଞ୍ଜାଳର ଶୁଭକର୍ମ ପାଇଁ ପତପତ୍ନୀ ଉଭୟେ ଉଦ୍ୟମ ଚଳାଇ ପାରନ୍ତି। ବିଦ୍ୟାର୍ଥୀମାନେ ଅଧ୍ୟୟନରତ ହୋଇପାରନ୍ତି।

କୁମ୍ଭ- ସ୍ବଗୃହ ନିର୍ମାଣର ସଦ୍ଦିଚ୍ଛାକୁ ବିଳମ୍ବ ହେଇଥିଲେ ବି କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। କାର୍ଯ୍ୟ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସମ୍ପାଦନ କରି ପ୍ରାପ୍ୟ ହାସଲ କରିପାରନ୍ତି।

ମୀନ- ଗଭୀର ଆତ୍ମବିଶ୍ବାସୀ ହେବେ। ସଙ୍ଗୀତପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଅସୁସ୍ଥତାର ଉପସମ ହେବ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଭୋଜନରେ ଭଲମନ୍ଦ ବାରଣ ରହିବ ନାହିଁ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories