ବରଗଡ଼ : ବରଗଡ଼ ଜିଲା ପାଣିମୋରା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଏହି ଖବର ଜଣାପଡ଼ିବା ମାତ୍ରେ ସମଗ୍ର ଜିଲାରେ ଶୋକର ଛାୟା ଖେଳିଯାଇଛି। ପ୍ରାୟ ଏକ ମାସ ହେବ ଦୟାନିଧି ନାୟକ ଅସୁସ୍ଥ ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ସମୟରେ ଝାସ ଦେଇ ଇଂରେଜଙ୍କ ବିରୁଦ୍ଧରେ ଲଢିବା ସହ କାରାବରଣ ମଧ୍ୟ କରିଥିଲେ। ଆଜି ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାଣିମୁରା ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।
Popular Categories



