www.samajalive.in
Wednesday, December 10, 2025
16.1 C
Bhubaneswar

ମାଗଣାରେ ବସ୍ ଓ ଟ୍ରେନରେ ଯାତ୍ରା: ବିଶ୍ୱର ପ୍ରଥମ ଦେଶ ଭାବେ ଲକ୍ସେମ୍‌ବର୍ଗରେ ମିଳିବ ଏହି ସୁବିଧା

ଲକ୍ସେମ୍‌ବର୍ଗ . – ବିଶ୍ୱର ପ୍ରଥମ ଦେଶ ଭାବେ ଲକ୍ସେମ୍‌ବର୍ଗରେ ୨୦୨୦ରୁ ସାଧାରଣ ପରିବହନ ବ୍ୟବସ୍ଥାରେ ଦେୟମୁକ୍ତ ହୋଇଯିବ । ଏହାର ନାଗରିକମାନେ ମାଗଣାରେ ସରକାରୀ ବସ୍‌ ଓ ଟ୍ରେନରେ ଯାତ୍ରା କରି ପାରିବେ । ପରିବେଶ ସୁରକ୍ଷା ପାଇଁ  ଲକ୍ସେମ୍‌ବର୍ଗ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୨୦ ବର୍ଷରୁ କମ୍‌ ସମସ୍ତ ବ୍ୟକ୍ତି ଏହି ସୁବିଧା ପାଇ ପାରିବେ ।

ଲକ୍ସେମ୍‌ବର୍ଗର ସମସ୍ତ ସରକାରୀ ଟ୍ରେନ, ଟ୍ରାମ  ଓ ବସ୍‌ରେ  ୨୦ ବର୍ଷରୁ କମ୍‌ ବୟସ୍କ ଯାତ୍ରୀ ମାଗଣାରେ ଯାତ୍ରା କରିପାରିବେ । ଲକ୍ସେମ୍‌ବର୍ଗ ପ୍ରଧାନମନ୍ତ୍ରୀ  ଜାଭିୟର ବିଟିଲ୍‌ ଏ ବିଷୟରେ ଘୋଷଣା କରିଛନ୍ତି । ଲକ୍ସେମ୍‌ବର୍ଗର ରାଜଧାନୀରେ ଏକଲକ୍ଷ ୧୦ ହଜାର ଲୋକ ବସବାସ କରୁଛନ୍ତି । ୪ ଲକ୍ଷରୁ ଅଧିକ ଲୋକ ପ୍ରତିଦିନ ଏଠାକୁ କାମ କରିବାପାଇଁ ଆସି ଥାଆନ୍ତି ।

- Advertisement -

ଚଳିତ ବର୍ଷ ଲକ୍ସେମ୍‌ବର୍ଗରେ ସମସ୍ତ ଶିଶୁ ଓ ୧୦ ବର୍ଷରୁ କମ୍‌ ବାଳକ ବାଳିକାଙ୍କ ପାଇଁ ସାଧାରଣ ପରିବହନରେ ଯାତ୍ରା କରିବା ଦେୟମୁକ୍ତ କରାଯାଇଥିଲା । ବିଦ୍ୟାଳୟ ଯାଉଥିବା ସମସ୍ତ ଛାତ୍ରାଛାତ୍ରୀମାନଙ୍କ ପାଇଁ  ସ୍ୱତନ୍ତ୍ର ମାଗଣା ପରିବହନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories