www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପୀଡ଼ିତଙ୍କୁ ମାଗଣା ଅକ୍ସିଜେନ୍‍ ଯୋଗାଣ ସେବା ଶୁଭାରମ୍ଭ

ଚୌଦ୍ୱାର: ଚୌଦ୍ୱାରସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚୌଦ୍ୱାର ଶାଖାର ମିଳିତ ଆୟୋଜନରେ କରୋନାରେ ପୀଡ଼ିତ ହୋଇ ଘରେ ଚିକିତ୍ସିତ ହେଉଥିବା ଗୁରୁତର ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଅକ୍ସିଜେନ୍‍ ପ୍ରଦାନ ସେବାର ଶୁଭାରମ୍ଭ ହୋଇଛି। ସୋସିଆଲ ଡେଭେଲପମେଣ୍ଟର ଓଟିଏମ୍‍ କଲୋନୀସ୍ଥିତ କାର୍ୟ୍ୟାଳୟରେ ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତି ଅତିଥି ଭାବେ ଯୋଗଦେଇ ଏହି ମହତ୍‍ ସେବାକାର୍ୟ୍ୟର ଶୁଭାରମ୍ଭ କରିଥିଲେ। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଚୌଦ୍ୱାର ସହରାଞ୍ଚଳ ଏବଂ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ଅଞ୍ଚଳରେ ଅକ୍ସିଜେନ୍‍ ଦରକାର କରୁଥିବା କରୋନା ପୀଡି଼ତଙ୍କ ଘରେ ମାଗଣାରେ ଅକ୍ସିଜେନ୍‍ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ସମ୍ପାଦକ ଅଶ୍ୱିନୀ କୁମାର ଜେନା ସୂଚନା ଦେଇଥିଲେ। ଏଥି ସହିତ ସଂଗଠନ ତରଫରୁ ମାସ୍କ, କରୋନା ଔଷଧ, ବିଶୋଧନ ସାମଗ୍ରୀ, ଗ୍ଲୋଭସ୍‍ ଆଦି ମଧ୍ୟ ପୀଡ଼ିତମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

ପ୍ରଥମ ଦିବସରେ ସଂଗଠନର ସଦସ୍ୟମାନେ ୨ଜଣ ପୀଡ଼ିତଙ୍କ ଘରେ ଅକ୍ସିଜେନ୍‍ ସିଲିଣ୍ଡର ଯୋଗାଇ ଦେଇଥିଲେ। ସୋସିଆଲ ଡେଭେଲପମେଣ୍ଟର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଆରଏସ୍‍ଏସର ଜନ୍ମୋଜୟ ସାହୁ, ସୁରେଶ ଭୁୟାଁ, ଦେବାଶୀଷ ପ୍ରଧାନ, ଅଶୋକ ସାହୁ, ସନ୍ତୋଷ ବିଶ୍ୱାଳ ଓ ବିବେକାନନ୍ଦ ସୋସିଆଲ ଡେଭଲପ୍‍ମେଣ୍ଟର ପ୍ରତିଷ୍ଠାତା ସଦସ୍ୟ ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, କାହ୍ନୁ ଚରଣ ଜେନା, ମାନସ ପରିଡା, ରାଜକିଶୋର ସାମନ୍ତ, ସଂଜୀତ୍‍ ଦାସ ପ୍ରମୁଖ ସହଯୋଗ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories