ଦେବଗଡ଼ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ୪ ଶିକାରୀ ଗିରଫ ଆମ ଓଡ଼ିଶାଦେବଗଡନିଉଜ ଆଲର୍ଟ By Samajalive Desk On Mar 30, 2021 Representational Image Share ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବନ କର୍ମଚାରୀ ୪ଜଣ ଶିକାରୀକୁ ଗିରଫ କରିଛନ୍ତି।ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି ଓ ଟର୍ଚ୍ଚ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବନରକ୍ଷୀଙ୍କ ନେତୃତ୍ୱରେ ପ୍ରଧାନପାଟ ପ୍ରୋଟେକ୍ସନ ସ୍କ୍ୱାର୍ଡଙ୍କ ସମେତ ବନ କର୍ମଚାରୀମାନେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ କଇଦନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ଗଛ ଉପରେ ଥିବା ମଞ୍ଚା ଦେଖିବାକୁ ପାଇଥିଲେ। Related Posts ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି… Apr 5, 2025 ବେଆଇନ ପଥର କ୍ରସର ସିଲ କଲା ପ୍ରଶାସନ Apr 5, 2025 କଇଦନ୍ତା ଜଙ୍ଗଲ ମଧ୍ୟରେ ଦେବଗଡ଼ ପୌରାଞ୍ଚଳ ବାବୁ ସାହିର ନରେଶ ଚନ୍ଦ୍ର ରାୟ(୭୦), ଭୂୟାଁ ସାହିର ସୁନିଲ କୁମାର ନାୟକ (୨୫), କୁଶ ନାୟକ (୩୮), ମରିଗଡ଼ିଆ ସାହିର ଅଧୀନ କୁଲା (୧୮) ଶିକାର ପାଇଁ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଧରି ଜଙ୍ଗଲ ମଧ୍ୟରେ ତିଆରି ହୋଇଥିବା ମଞ୍ଚା ଆଡ଼କୁ ଯାଉଥିବା ସମୟରେ ବନ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ଥିବା ୨ଟି ଦେଶୀ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରିଥିଲେ। ସେମାନେ ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ସ୍ୱୀକାର କରିବା ପରେ ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ବିଭିନ୍ନ ଦଫାରେ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। Share FacebookTwitterWhatsApp
Comments are closed.