www.samajalive.in
Sunday, December 7, 2025
16.1 C
Bhubaneswar

୨୦୨୦ ସୁଦ୍ଧା ସାରା ଭାରତରେ ୪ଜି ସେବା!

ମୁମ୍ବାଇ . – ଭାରତ ଖୁବ ଶୀଘ୍ର   ବ୍ରଡବ୍ୟାଣ୍ଡ ପ୍ରଦାନ କାରୀ ଦେଶମାନଙ୍କ ମଧ୍ୟରେ ଶୀର୍ଷ ତିନି ମଧ୍ୟରେ ସ୍ଥାନ ପାଇବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି । ଜିଓ ଦେଶରେ ଫାଇବର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଯାଉଛି । ୨୦୨୦ରେ ସାରାଭାରତରେ ଜିଓ ଫୋର ଜି ସେବା ପ୍ରଦାନ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ।  ଏବେ ଭାରତ ବିଶ୍ୱର ସର୍ବାଧିକ ମୋବାଇଲ ଡାଟା ବ୍ୟବହାରକାରୀ ଦେଶ ମଧ୍ୟରେ ସ୍ଥାନ ପାଇଛି । ଜିଓ ଯୋଗୁଁ ଲୋକ ମାଗଣା ଭଏସ୍‌ ଓ ଏସ୍‌ଏମ୍‌ଏସ୍‌ ସେବା ପାଇ ପାରୁଛନ୍ତି । ଏହା ସହ ଶସ୍ତାରେ ଇଣ୍ଟରନେଟର ସୁବିଧା ପାଉଛନ୍ତି । ଖୁବ ଶୀଘ୍ର ଅପଟିକାଲ ଫାଇବର ସାହାଯ୍ୟରେ ଘରମାନଙ୍କରେ ଅଲଟ୍ରା ହାଇସ୍ପିଡ  ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ ବୋଲି ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ।

ଏବେ ଭାରତ ବ୍ରଡବ୍ୟାଣ୍ଡ ବ୍ୟବହାରରେ ବିଶ୍ୱରେ ୧୩୫ ତମ ସ୍ଥାନରେ  ରହିଛି । ଜିଓର ଫାଇବର  ବ୍ରଡବ୍ରାଣ୍ଡ ସେବା ଆରମ୍ଭ ହେଲେ  ଭାରତ ଖୁବ ଶୀଘ୍ର ଶୀର୍ଷ ସ୍ଥାନରେ ପହଞ୍ଚିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ସୂଚନା ଦେଇଛନ୍ତି । ଭାରତ ଆଶା ଓ ବିଶ୍ୱାସ ମଧ୍ୟରେ  ବଞ୍ଚି ରହିଛି ।  ଜିଓଗିଗା ଫାଇବର ଆସିଲେ ଲୋକେ ଫୋରଜି ଓ ଫାଇଭ ଜି ସେବା ସହ ଘରେ ଉନ୍ନତମାନର ଓ୍ୱାଇଫାଇ ସେବା ପାଇ ପାରିବେ । ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ ୨୦୧୮ରେ ମୁକେଶ ଅମ୍ବାନୀ ଏ ବିଷୟରେ ସୂଚନା ଦେଇଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories