www.samajalive.in
Sunday, December 7, 2025
16.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସରେ ଭାରତ ପଦକ ଜିତିପାରିବ: ବଳଦେବ ସିଂହ

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା କେନ୍ଦ୍ର ସରକାରଙ୍କ ଏକ ଚମତ୍କାର ଅଭିଯାନ। ଏହାର ଉପଯୁକ୍ତ ପରିଚାଳନା ଖେଳାଳିଙ୍କୁ ଅନେକ ସୁଫଳ ଦେବ। ପ୍ରତିଯୋଗିତାର ରେକର୍ଡ, ଟାଇମିଂ ଓ ପଦକକୁ ଜାତୀୟ ରେକର୍ଡ ସହିତ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ଯାହାଫଳରେ ଆଗାମୀ ଦିନରେ ଉକ୍ତ ପ୍ରତିଯୋଗିତାର ମାନ ବୃଦ୍ଧିପାଇବା ସହିତ ଖେଳାଳିଙ୍କ ଉତ୍ସାହ ମଧ୍ୟ ବଢ଼ିବ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳର ପୂର୍ବତନ ପ୍ରଶିକ୍ଷକ ତଥା ଦ୍ରୋଣାଚାର୍ୟ୍ୟ ପୁରସ୍କାର ବିଜେତା ବଳଦେବ ସିଂହ। ପଞ୍ଜାବ ବିଶ୍ବବିଦ୍ୟାଳୟ ଚଣ୍ଡିଗଡ଼ ମହିଳା ହକି ଦଳ ସହିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଯୋଗ ଦେଇଥିବା ବଳଦେବ କୁହନ୍ତି, ଓଡ଼ିଶାରେ ଖେଳ ପ୍ରତି ଏଭଳି ବାତାବରଣ ଦେଖି ବହୁତ ଖୁସିଲାଗୁଛି। ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ଓ ଖେଳ ପ୍ରତି ଆଗ୍ରହକୁ ଦେଶର ଅନ୍ୟ ରାଜ୍ୟମାନେ ଅନୁକରଣ କରିବା ଆବଶ୍ୟକ। ଭାରତୀୟ ପୁରୁଷ ହକି ଦଳ ଏବେ ଚମତ୍କାର ହକି ଖେଳୁଛି। ୨୦୧୮ ବିଶ୍ବକପ ପରେ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ଖେଳିଥିବା ଏକାଧିକ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଦଳ ଭଲ ପ୍ରଦର୍ଶନ କରି ବିଶ୍ବର ଶକ୍ତିଶାଳୀ ଦଳଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଟୋକିଓ ଅଲିମ୍ପିକ୍‌ସ ପାଇଁ ଭାରତ ସଠିକ୍‌ ପ୍ରସ୍ତୁତି କରୁଛି। ଏଭଳି ପ୍ରଦର୍ଶନ ଦେଖିବା ପ​‌େ​‌ର ଅଲିମ୍ପିକ୍‌ସରେ ଭାରତ ନିଶ୍ଚିତ ପଦକ ଦାବିଦାର ବୋଲି ବଳଦେବ କହିଛନ୍ତି। ମହିଳା ଦଳ ଆଗ ଅପେକ୍ଷା ହକିରେ ବହୁତ ଭଲ ପ୍ରଦର୍ଶନ କରୁଛି। ବର୍ତ୍ତମାନର ପ୍ରଦର୍ଶନ ଅଲିମ୍ପିକ୍‌ସରେ ସଫଳତା ଆଶା କରିବା ନିରର୍ଥକ। ମହିଳା ଦଳ ନିକଟରେ ନିଜକୁ ଅଲିମ୍ପିକ୍‌ସ ପଦକ ଦୌଡ଼ରେ ସାମିଲ ହେବା ଭଳି ପ୍ରସ୍ତୁତି ନେଇ ଏବେ ମଧ୍ୟ ସୁଯୋଗ ରହିଛି। ଏହାକୁ ହକି ଇଣ୍ଡିଆ ଗୁରୁତର ସହ ଗ୍ରହଣ କରିବା ଆବଶ୍ୟକ ବୋଲି ବଳଦେବ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories