ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍କା ଲାଗୁଛି। ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ଅଶ୍ବିନୀ କୁମାର ଲେଖିଛନ୍ତି ଯେ, ସେ ଦଳ ବାହାରେ ରହି ଜାତୀୟ ପ୍ରସଙ୍ଗ ଉପରେ ଭଲ କାମ କରିପାରିବେ। ଏହା ବ୍ୟତୀତ ସେ ଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ଅଶ୍ବିନୀ କୁମାର ପଞ୍ଜାବରୁ ରାଜ୍ୟସଭା ସାଂସଦ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ଅଶ୍ବିନୀ କୁମାର ସୋନିଆ ଗାନ୍ଧୀଙ୍କର ଖୁବ୍ ବିଶ୍ବସ୍ତ ଥିଲେ। ଜି-୨୩ ନେତାଙ୍କ ସମୟରେ ମଧ୍ୟ ସେ ସୋନିଆଙ୍କୁ ରକ୍ଷା କରିଥିଲେ।



