www.samajalive.in
Saturday, December 6, 2025
26.1 C
Bhubaneswar

ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ଦେହାନ୍ତ

କରୋନା ସଂକ୍ରମିତ ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କର ଆଜି ସକାଳେ ୬୮ ବର୍ଷ ବୟସରେ ସକାଳ ୪ଟା ୩୦ ମିନିଟ ସମୟରେ ଦେହାନ୍ତ ଘଟିଛି। ସେ ୧୯୭୪ ବ୍ୟାଚ୍‍ର ବିହାର କ୍ୟାଡର ଆଇପିଏସ୍‍ ଅଧିକାରୀ ଥିଲେ ଓ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସିବିଆଇ ନିର୍ଦ୍ଦେଶକ ଥିଲେ। ମାତ୍ର ୨୧ ବର୍ଷା ବୟସରେ ୟୁପିଏସସି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଶ୍ରୀ ସିହ୍ନା ୨୦୧୨ରେ ସିବିଆଇ ମୁଖ୍ୟ ହେବାର ଗୌରବ ଅର୍ଜନ କରିଥିଲେ। ଏହା ପୂର୍ବରୁ ସେ ଆଇଟିଇବିପି, ରେଳବାଇ ସୁରକ୍ଷା ବଳ ଏବଂ ପାଟଣା ଓ ଦିଲ୍ଲୀ ସିବିଆଇରେ ସର୍ବୋଚ୍ଚ ପଦରେ କାର୍ଯ୍ୟ କରିଥିଲେ।

ତାଙ୍କ ନିଧନରେ ଆଇଟିଇବିପି ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶୋକ ପ୍ରକାଶ କରିଛନ୍ତି। ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ପାଇଁ ପୁଲିସ ମେଡାଲ ଏବଂ ରାଷ୍ଟ୍ରପତିଙ୍କ ପଦକରେ ସମ୍ମାନିତ ଶ୍ରୀ ସିହ୍ନା ରାଞ୍ଚିର ଏସଏସପି, ବିହାରର ନକ୍ସଲ ଅଧ୍ୟୁଷିତ ମଗଧ ଅଂଚଳରେ ଡିଆଇଜି ଓ ଅନ୍ୟାନ୍ୟ ଉଚ୍ଚ ପଦପଦବୀରେ କାର୍ଯ୍ୟ କରି ପ୍ରସଂଶିତ ହୋଇଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories