www.samajalive.in
Saturday, December 13, 2025
15.1 C
Bhubaneswar

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଗୌହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଗୌହାଟୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଗୋଗୋଇ। କରୋନା ଏବଂ ବହୁବିଧ ରୋଗରେ ପୀଡିତ ଗୋଗୋଇଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ଖରାପ ହୋଇଥିଲା। ଯାହା ପରେ ତରୁଣ ଗୋଗୋଇଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲ।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ନେଇ ଆସାମର ସ୍ଵାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ସୂଚନା ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଯାଇ ପାରିନାହିଁ।

- Advertisement -

୨୦୦୧ ରୁ ୨୦୧୬ ପର୍ଯ୍ୟନ୍ତ ତରୁଣ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତରୁଣ ଗୋଗୋଇ ଅଲ ଇଣ୍ଡିଆ କଂଗ୍ରେସ (ଏ) କମିଟିର ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ସେ ୧୯୮୫-୧୯୯୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଧୀନରେ ଅଲ ଇଣ୍ଡିଆ କଂଗ୍ରେସ (ଏ) କମିଟିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୧-୧୯୯୬ ମସିହାରେ ସେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ବିଭାଗରେ ରାଜ୍ୟ ମନ୍ତ୍ରୀ ଥିଲେ। ପରେ ସେ ୧୯୮୬-୧୯୯୦ ମସିହାରେ ଆସାମ ପ୍ରଦେଶ କଂଗ୍ରେସ କମିଟି (ଏପିସିସି) ର ସଭାପତି ଥିଲେ । ୧୯୯୬ ରେ ସେ ଦ୍ୱିତୀୟ ଥର ପାଇଁ ଆସାମ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ୫ ଥର ଆସାମ ବିଧାନସଭାକୁ ତରୁଣ ଗୋଗୋଇ ନିର୍ବାଚିତ ହୋଇଥିଲେ । ଜୋରହାଟରେ ଥିବା ଟିଟାବର ବିଧାନସଭା ନିର୍ବାଚନମଣ୍ଡଳୀରୁ ତରୁଣ ଗୋଗୋଇ କ୍ରମାଗତ ପାଞ୍ଚ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories