www.samajalive.in
Monday, December 8, 2025
13.1 C
Bhubaneswar

ବନ ବିଭାଗର ଚଢ଼ାଉ, ୨ ମୃତ ଜନ୍ତୁ ସମେତ ଦେଶୀ ବନ୍ଧୁକ ଜବତ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ  ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ଅଞ୍ଚଳରେ ବେଆଇନ ଭାବେ ଜଙ୍ଗଲ ଭିତରେ ବନ୍ୟଜନ୍ତୁ ଶିକାର ହେଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି । କିସିଣ୍ଡା ଥାନା ଅନ୍ତର୍ଗତ ଗଇଳମୁଣ୍ଡି ଏବଂ ଭୁଲକି ଗ୍ରାମର କିଛି ପେସାଦାର ଶିକାରୀ ଅଭୟାରଣ୍ୟ ଭିରରୁ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରିଥିବା ସମ୍ପର୍କରେ ଖବର ପାଇ ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ପକ୍ଷରୁ ସୋମବାର ଅପରାହ୍ନରେ ଗଇଳମୁଣ୍ଡି ଗ୍ରାମରେ ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉବେଳେ ଗ୍ରାମର ଜଣେ ଶିକାରୀଙ୍କ ଘରୁ ଗୋଟିଏ ମୃତ ଝିଙ୍କ, ଗୋଟିଏ ମୃତ ଗୁରାଣ୍ଡି, ୧ ଟି ଦେଶୀ ବନ୍ଧୁକ ସମେତ ୭୬ ଟି ଗୁଳି,୨ଟି ସମ୍ବର ସିଙ୍ଘ, ଗୋଟିଏ ଲେଖାଏଁ ବାଟୁଳିଖଡା, ହେଡ଼ ଲାଇଟ ଏବଂ ମାଚିସ, ୨ଟି କଟୁରୀ, ଏକାଧିକ ଚଢେଇ ଏବଂ ଜନ୍ତୁ ମରା ଫାସ  ଓ ବିଭିନ୍ନ ପ୍ରକାରର ପକ୍ଷୀର ପର ସବୁ ଜବତ କରିଥିଲେ । ତେବେ ଚଢ଼ାଉର ପୂର୍ବାଭାସ ପାଇ ସମ୍ପୃକ୍ତ ଶିକାରୀ ମାନେ ଘରୁ ଫେରାର ହୋଇ ଯାଇଥିବାରୁ ଏହି ଘଟଣାରେ କାହାରିକୁ ଗିରଫ କରା ଯାଇପାରିନାହିଁ । ଫେରାର ଶିକାରୀ ମାନଙ୍କ ମଧ୍ୟରୁ ଜଣେ ଗଇଳମୁଣ୍ଡି ଗ୍ରାମର ଏବଂ ଅନ୍ୟ ୨ ଜଣ ହେଲେ ଭୁଲୁକି ଗ୍ରାମର ବୋଲି ଜଣାପଡିଛି । ଏହି ଶିକାରୀ ମାନେ ପେସାଦାର ଶିକାରୀ ହୋଇଥିବା ବେଳେ ବେଆଇନ ଭାବେ ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ପଶି ଅବାଧରେ ଜନ୍ତୁ ଶିକାର କରୁଥିବା ଖବର ପାଇ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ସମ୍ପୃକ୍ତ ଶିକାରୀମାନେ ଜଙ୍ଗଲ ଭିତରେ ନିଆଁ ଲଗାଇ ବନ୍ଧୁକ ଏବଂ ଫାସ ଦ୍ୱାରା ଜନ୍ତୁ ଶିକାର କରୁଥିଲେ । ଅନେକ ସମୟରେ ଖରାରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ମାନେ ଜଙ୍ଗଲ ମଧ୍ୟରେ ଥିବା ଝରଣାକୁ ପାଣି ପିଇବାକୁ ଆସୁଥିବାବେଳେ ପୂର୍ବରୁ ଛକି ରହିଥିବା ଶିକାରୀ ମାନେ ବନ୍ଧୁକ ସାହାଯ୍ୟରେ ଏହି ଶିକାର କରି ଆସୁଥିବା ବେଳେ ଆଉ କେତେବେଳେ ଜଙ୍ଗଲରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଚତୁଃପାର୍ଶ୍ୱରେ ନିଆଁ ଲଗାଇ ଫାଙ୍କା ଥିବା ଗୋଟିଏ ସ୍ଥାନରେ ଫାଶ ବସାଇ ଜନ୍ତୁ ଶିକାର କରୁଥିବା ଜଣା ପଡିଛି । ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ ଫରେଷ୍ଟର ଅନୁରାଧା ଖରସେଲ, ଯତୀନ୍ଦ୍ର ମାଝୀ, ଫରେଷ୍ଟ ଗାର୍ଡ ଲିଲି ବିଶି ଏବଂ ନିହାର ରଞ୍ଜନ ବଡ଼ପଣ୍ଡା ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ନାକଟିଦେଉଳ ପ୍ରାଣୀଧନ ଚିକିତ୍ସକ ଶ୍ରବଣ କୁମାର ଆଚାରୀଙ୍କ ଦ୍ୱାରା କିସିଣ୍ଡା ସରପଞ୍ଚ ରୀନା ନାଏକ ଏବଂ ସମିତିସଭ୍ୟା ଯାଜ୍ଞସେନି କୁଅଁର ଉପସ୍ଥିତିରେ ଜବତ ମୃତ ଝିଙ୍କ ଏବଂ ଗୁରାଣ୍ଡି ଜନ୍ତୁର ଶବ ବ୍ୟବଚ୍ଛେଦ ପରେ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି । ବିଭାଗ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ଥିବା ସମ୍ପୃକ୍ତ ୩  ଜଣ ଶିକାରୀଙ୍କୁ ଗିରଫ ପାଇଁ ଜୋରଦାର ଉଦ୍ୟମ କରାଯାଉଛି ବୋଲି ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories