www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ : ବେଦ ଅନୁଯାୟୀ ହସ୍ତରେ ଭୋଜନ କଲେ ମିଳେ କି ଲାଭ..

ଭାରତରେ ପୁରାତନ ସମୟରୁ ହିଁ ଭୂମି ଉପରେ ଆସନରେ ବସି ହସ୍ତରେ ଭୋଜନ କରିବାର ପରମ୍ପରା ରହିଛି। ଏହା କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଲାଭଦାୟକ। ବେଦରେ ମଧ୍ୟ ଏହା ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ହସ୍ତରେ ଭୋଜନ କରିବାର ପରମ୍ପରା ନେଇ ବେଦରେ କ’ଣ ବର୍ଣ୍ଣନା କରାଯାଇଛି..
ବେଦ ଅନୁଯାୟୀ, ହାତର ଆଙ୍ଗୁଠି ପଞ୍ଚତତ୍ତ୍ୱ ସହ ଜଡିତ।
ହସ୍ତର ବୃଦ୍ଧା ଆଙ୍ଗୁଠି ଅଗ୍ନି, ତର୍ଜନୀ ବାୟୁ, ମଧ୍ୟମା ଆକାଶ, ଅନାମିକା ପୃଥିବୀ ଓ କନିଷ୍ଠା ଆଙ୍ଗୁଠି ଜଳ ତତ୍ତ୍ୱର ପ୍ରତିନିଧିତ୍ୱ କରିଥାଏ। ହସ୍ତରେ ଭୋଜନ କରିବା ଦ୍ୱାରା ମନୁଷ୍ୟ ଶରୀରରେ ପଞ୍ଚତତ୍ତ୍ୱର ସନ୍ତୁଳନ ସଠିକ୍‌‌ ରହିଥାଏ। ପଞ୍ଚତତ୍ତ୍ୱର ମିଳନରେ ଭୋଜନର ସ୍ୱାଦ ମଧ୍ୟ ବଢିଥାଏ।
ଭୋଜନ କରିବା ସମୟରେ ଆଙ୍ଗୁଠି ଏକାଠି ହେବା ସହ ପରସ୍ପର ସହ ସ୍ପର୍ଶ କଲେ ଶରୀର ମଧ୍ୟକୁ ଏକ ପ୍ରକାର ଶକ୍ତି ପ୍ରବେଶ କରିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହାସହ ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହୋଇଥାଏ। ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
ହସ୍ତରେ ଭୋଜନ କରିବା ଦ୍ୱାରା ଆଙ୍ଗୁଠି ଏକାଠି ହେବା ସହ ପରସ୍ପରକୁ ସ୍ପର୍ଶ କରିଥାଆନ୍ତି। ଏହାଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍‌‌ ଭାବେ ହୋଇଥାଏ। ସ୍ନାୟୁ, ହସ୍ତରେ ଥିବା ମାଂସପେଶୀ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories