www.samajalive.in
Friday, December 5, 2025
27.1 C
Bhubaneswar

ଏଫ୍‌ଏମ୍‌ ଛାତ୍ରୀ ଆତ୍ମଦାହ ମାମଲା: କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ

ବାଲେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ସବୁ ଦିଗକୁ ନେଇ ତଦନ୍ତ କରିବା ସହ ଅଦ୍ୟାବଧି କ୍ରାଇମ୍‌ବ୍ରାଞ୍ଚ ଦଳ କଲେଜର ୮୦ ଜଣ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ପ୍ରସଙ୍ଗ ସମାନ ଥିବାବେଳେ ଛାତ୍ରଛାତ୍ରୀଙ୍କ ବୟାନ ଭିନ୍ନ ଭିନ୍ନ ରହୁଛି। ଛାତ୍ରଛାତ୍ରୀ ଅନ୍ୟ ତଦନ୍ତକାରୀ କମିଟି ସାମ୍‌ନାରେ ଯେଉଁ ବୟାନ ରଖିଛନ୍ତି ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ସମାନ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ କମିଟି ସାମ୍‌ନାରେ ଭିନ୍ନ ବୟାନ ଦେବାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଅଡ଼ୁଆରେ ପଡ଼ିଛି। ଏହି ଘଟଣା ଆଗକୁ କେଉଁ ମୋଡ଼ ନେବ ଓ ପୂରା ଘଟଣାର ପର୍ଦା ଫାସ୍‌ କରିବା କ୍ରାଇମ୍‌ବ୍ରାଞ୍ଚ ଲାଗି ଆହ୍ବାନ ହେବ। ଅନ୍ୟପକ୍ଷରେ ଆତ୍ମା‌ହୁତି ବେଳେ ସୌମ୍ୟାଶ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ସୁସ୍ଥ ହେବା ପରେ ଏବେ କଟକ ବଡ଼ ଡାକ୍ତରଖାନାରୁ ଘରକୁ ଯାଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ତାଙ୍କର ମଧ୍ୟ ବୟାନ ରେକର୍ଡ଼ କରିବାକୁ ଯାଉଛି।
ଗତ ୧୨ ତାରିଖରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ପରେ ସେଦିନ ବିଏଡ୍‌ ବିଭାଗର ମୁଖ୍ୟ ସମୀର କୁମାର ସାହୁ ଓ ୧୪ ତାରିଖରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସହିତ ଜଡ଼ିତ ଆହୁରି ୩ଜଣ ଏବେ କ୍ରାଇମବ୍ରାଞ୍ଚ ସ୍କାନର୍‌ରେ ଅଛନ୍ତି। ୧୬ ତାରିଖରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌. ସାଇନିଙ୍କ ନେତୃତ୍ୱରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କ୍ରାଇମବ୍ରାଞ୍ଚ କଲେଜ କ୍ୟାମ୍ପସ ଓ ପେଟ୍ରୋଲ୍‌ ପମ୍ପର ସମସ୍ତ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍)କୁ ପଠାଯାଇଛି। ଏହାସହିତ ଜ୍ୟୋତିପ୍ରକାଶ ନିଜ ମୋବାଇଲ୍‌ରେ ରେକର୍ଡ କରିଥିବା ଅଧଘଣ୍ଟାର ଭିଡିଓ ମଧ୍ୟ ଏସ୍‌ଏଫ୍‌ଏସ୍‌ଏଲକୁ ପଠାଯାଇଛି।
ଆତ୍ମଦାହ ଘଟଣା ପରେ ଯୌନ ନିର୍ଯାତନା ନିରୋଧ କମିଟି, ଉଚ୍ଚଶିକ୍ଷା ବିଭାଗର କମିଟି ଓ ୟୁଜିସି ଟିମ୍ ଗଠନ ହୋଇଥିଲା। ଯୌନ ନିର୍ଯାତନା ନିରୋଧ କମିଟି ସାମ୍‌ନାରେ ବୟାନ ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀ ଅନ୍ୟ କମିଟି ସାମ୍‌ନାରେ ବୟାନ ବଦଳାଇଛନ୍ତି। ଏମିତିକି ସେମାନେ କ୍ରାଇମବ୍ରାଞ୍ଚ ଟିମ୍ ସାମ୍ନାରେ ମଧ୍ୟ ନିଜର ବୟାନ ବଦଳାଇଛନ୍ତି। ଆତ୍ମଦାହ ଘଟଣା ସହିତ ସିଧାସଳଖ ସମ୍ପର୍କ ରଖୁଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଇ ବାନ୍ଧବୀ ଓ ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି।
ମଙ୍ଗଳବାର ଅପରାହ୍ଣ ୩ଟା ୩୦ରେ ଜ୍ୟୋତିପ୍ରକାଶ ବଡ଼ କଟକ ଡାକ୍ତରଖାନାରୁ ବାପା ସନାତନ ବିଶ୍ୱାଳ ଓ ମା’ଙ୍କ ସହିତ ଘରକୁ ଫେରି ଯାଇଛନ୍ତି। ମାତ୍ର ଗଣମାଧ୍ୟମ ସାମ୍ନାରେ ସେ ଘଟଣା ସମ୍ପର୍କରେ କିଛି ମୁହଁ ଖୋଲି ନାହାନ୍ତି। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ଡା. ବିଭୂତି ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ। ୧୫ ଦିନ ପରେ ପୁଣି ବଡ଼ ଡାକ୍ତରଖାନାକୁ ଆସିବାକୁ ଜ୍ୟୋତିପ୍ରକାଶଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories