www.samajalive.in
Monday, December 8, 2025
27.1 C
Bhubaneswar

ଲିବ୍ୟାରେ ବନ୍ୟା: ୫,୩୦୦ରୁ ଅଧିକ ମୃତଦେହ ଉଦ୍ଧାର, ୩୦,୦୦୦ ଲୋକଙ୍କୁ ସ୍ଥାନାନ୍ତର..

ବେନଘାଜି: ବାତ୍ୟା ‘ଡାନିଏଲ’ ଜନିତ ବର୍ଷା ଯୋଗୁଁ ଲିବ୍ୟାରେ ବନ୍ୟାର ତାଣ୍ଡବ ଦେଖାଦେଇଛି। ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଡେରନା ସହରରେ ପଡିଛି। ଏଠାରେ ନଦୀ ବନ୍ଧ ଭାଙ୍ଗିଯିବା ଫଳରେ ପ୍ରାୟ ଏକ ଚତୁର୍ଥାଂଶ ସହର ପାଣିରେ ଭାସିଯାଇଛି। ଏଯାଏଁ ପ୍ରାୟ ୫ ହଜାର ୩୦୦ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସହରର ୩୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ଲୋକେ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଦେଶ ପାଇଁ ସହିଦ ହେଲା ସେନାର କୁକୁର- ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ଟଳିପଡିଲା

ସୂଚନା ଯୋଗ୍ୟ, ବନ୍ୟା ଯୋଗୁଁ ପୂର୍ବ ଉପକୂଳ ସହର ଡେରନାର ଏକ ଚତୁର୍ଥାଂଶ ଅଞ୍ଚଳ ଧୋଇ ଯାଇଛି। ଲିବ୍ୟା ନ୍ୟାସନାଲ ଆର୍ମି (ଏଲଏନଏ) ମୁଖପାତ୍ର ଅହମ୍ମଦ ମିସମାରି କହିଛନ୍ତି ଯେ ବର୍ଷା ଯୋଗୁଁ ଡେରନା ସହରରେ ଥିବା କେତେକ ନଦୀ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ସହରରେ ବନ୍ୟା ଦେଖାଯାଇଥିଲା। ଲୋକେ ବନ୍ୟା ପାଣିରେ ଭାସି ଯାଇ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ମିସମାରିଙ୍କ କହିବା ଅନୁଯାୟୀ ନିଖୋଜଙ୍କ ସଂଖ୍ୟା ପ୍ରାୟ ୧୦ହଜାର ହେବ।
ଶନିବାର ଭୂମଧ୍ୟସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡାନିଏଲ’ ସୋମବାର ଲିବ୍ୟାର ଉପକୂଳ ବେନଘାଜି, ସୌସ୍, ଅଲ ବେଦା, ଅଲ-ମାର୍ଜି ଓ ଡେରନା ଦେଇ ଗତି କରିଥିଲା। ​‌ରାଜନୈତିକ ବିବାଦ ଯୋଗୁଁ ଲିବ୍ୟା ପୂର୍ବ ଓ ପଶ୍ଚିମ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଛି। ତେଣୁ ସାଧାରଣ ପ୍ରଶାସନିକ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଆନ୍ତର୍ଜାତିକ ସମୁଦାୟ ତ୍ରିପୋଲିରେ ଅବସ୍ଥାପିତ ସରକାରକୁ ଲିବ୍ୟାର ଶାସକ ମାନ୍ୟତା ପ୍ରଦାନ କରିଛି। ମାତ୍ର ଏହି ସରକାର ଲିବ୍ୟାର ପୂର୍ବାଞ୍ଚଳକୁ ପରିଚାଳନା କରୁ ନାହିଁ। ତ୍ରିପୋଲିରେ ଅବସ୍ଥାପିତ ସରକାର ଏହି ବନ୍ୟା ପାଇଁ ଆନ୍ତର୍ଜାତିକ ସହାୟତା ଲୋଡିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories